Odiapua.com

ମହାବୀର କବାଡ଼ି ଟୁର୍ଣ୍ଣାମେଣ୍ଟ; ଯାଜପୁର ଚାମ୍ପିଆନ

ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମାଳଆନନ୍ଦପୁର ପଂଚାୟତ ଅନ୍ତର୍ଗତ ନମଟିକିରୀ ଗ୍ରାମର ମହାବୀର କବାଡ଼ି କ୍ଲବ ଆନୁକୂଲ୍ୟରେ ଚାଲିଥିବା ପ୍ରଥମ ବାର୍ଷିକ ଏକ ଦିବସୀୟ ଦିବାରାତ୍ର କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍‌ରେ ପାଣିକୋଇଲିର ଗଣପତି କବାଡ଼ି କ୍ଲବକୁ ପରାସ୍ତ କରି ଯାଜପୁର ଟାଉନ୍‌ର ମା’ ବିରଜା କବାଡ଼ି କ୍ଲବ ଚଳିତ ବର୍ଷ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଏହି ଟୁର୍ଣ୍ଣାମେଣ୍ଟର ମୋଟ ୫ଟି ବ୍ଲକ ଯଥା ନମଟିକିରୀର ମହାବୀର କବାଡ଼ି କ୍ଲବ, ପାଣିକୋଇଲିର ବାବା ଅବିନାଶ କବାଡ଼ି କ୍ଲବ, କାଙ୍କଲାର ଥାନପତି କବାଡ଼ି କ୍ଲବ, ପାଣିକୋଇଲିର ଗଣପତି କବାଡ଼ି କ୍ଲବ ଓ ଯାଜପୁରର ମା’ ବିରଜା କବାଡ଼ି କ୍ଳବ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ଯାଜପୁରର ମା’ ବିରଜା କ୍ଲବ ଓ ପାଣିକୋଇଲିର ଗଣପତି କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯାଜପୁର ୩୩ ପଏଂଟ ସ୍କୋର କରିଥିବା ବେଳେ ପାଣିକୋଇଲି ୨୬ପଏଂଟ ସ୍କୋର କରି ୭ପଏଂଟ ପରାଜିତ ହୋଇଥିଲା । ମା’ ବିରଜା କ୍ଲବକୁ ଚମ୍ପିୟନ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା । ପଙ୍କଜ ସାହୁ, ରାମ ପ୍ରକାଶ ସାହୁ, କରୁଣାକର ମାଝୀ, ବିଶ୍ୱପ୍ରକାଶ ସାହୁ ଖେଳ ପରିଚାଳନା କରିଥିବା ବେଳେ ପୁପୁନ୍ ମଲ୍ଲିକ ସ୍କୋର ଦାୟିତ୍ୱ ସଂପାଦନା କରିଥିଲେ । ମହାବୀର କ୍ଲବର ଦସ୍ୟୁ ଦଳେଇ, ସନାତନ ଦଳେଇ, ସିପି ଦଳେଇ, ସିବୁଲ ଦଳେଇ, ସୁଶାନ୍ତ ଦଳେଇ, ରମେଶ ଦଳେଇ, ବୁଲୁ ଦଳେଇ, ବାପି ଦଳେଇ, ପଙ୍କଜ ଦଳେଇ, ରାଜା ଦଳେଇ, ଧନେଶ୍ୱର ଦଳେଇ, ଦୀପକ ଦଳେଇ ସିପୁ ବେହେରା ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରିଥିଲେ ।