ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୁଆମାଳ ପଂଚାୟତ ଅଧୀନ ନୂଆଶାସନ ଗ୍ରାମର ଶ୍ରୀଶ୍ରୀ ମହାବୀର ହନୁମାନଙ୍କର ୧୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ବ୍ରତଧାରୀ ମହିଳାଙ୍କ କଳସ ଶୋଭାଯାତ୍ରା ପାଢ଼ୀସାହି ସ୍ଥିତ ହନୁମାନଙ୍କ ମନ୍ଦିରରୁ ବାହାରି ବାବା କୁମାଶ୍ୱେର ମନ୍ଦିର ପୋଖରୀରୁ କଳସ ବୁଡ଼ାଇବା ପରେ ଗ୍ରାମ ପରିକ୍ରମା କରି ଆସି ଯଜ୍ଞସ୍ଥଳରେ କଳସ ସ୍ଥାପନ କରିଥିଲେ। କଳସ ଶୋଭାଯାତ୍ରା ସମୟରେ ରାମଲୀଳା ସମିତିର କଳାକାରମାନେ ରାମଲୀଳା ପରିବେଷଣ କରିଥିଲେ। କର୍ତା ଭାବେ ଦୀନବନ୍ଧୁ ପାଣିଗ୍ରାହୀ ଓ ପତ୍ନୀ ସୁମତୀ ପାଣିଗ୍ରାହୀ, ଦିଲୀପ କୁମାର ପାଢ଼ୀ ପତ୍ନୀ ବାସନ୍ତୀଲତା ପାଢ଼ୀ, ମୁଖ୍ୟ ପୂଜକ ବୁଦ୍ଧିରାମ ଶତପଥି, ବରିଷ୍ଠ ପୂଜକ ଭାବଗ୍ରାହୀ ଶତପଥି ପୂଜା ଓ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ। ଗୁଆମାଳ ଅଂଚଳର ବିଶିଷ୍ଟ ବେଦଜ୍ଞ ସ୍ୱର୍ଗତ କୁଳମଣି ଉଦ୍ଗାତାଙ୍କ ପରାମର୍ଶ କ୍ରମେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିବା ମନ୍ଦିର କମିଟି ସଦସ୍ୟ ଜଗତଜ୍ୟୋତି ପାଢ଼ୀ ସୂଚନା ଦେଇଛନ୍ତି। ମନ୍ଦିର କମିଟିର ସଦସ୍ୟ ସଂଜୀବ ପାଢ଼ୀ, ବିକାଶ ପାଣିଗ୍ରାହୀ, ଦୀପକ ପାଢ଼ୀ, ବିଭୂପଦ ସାହୁ, ମନୋଜ ସାହୁ, ଗୋପବନ୍ଧୁ ପାଣିଗ୍ରାହୀ, କେଶବ ଚନ୍ଦ୍ର ସାହୁ, ଆଶିଷ ସାହୁ, ଜଗବନ୍ଧୁ ପାଣିଗ୍ରାହୀ, ଦିଲୀପ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଯଜ୍ଞ ପୂର୍ଣ୍ଣାହୁତିରେ ଆଖିପାଖ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ଯଜ୍ଞ ଚରୁ ଗ୍ରହଣ କରିଥିଲେ।