Odiapua.com

ମହାପ୍ରଭୁ ଶ୍ରୀ ଜଗନ୍ନାଥ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ

ପୁରୀ, ୦୫।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରେ ମାର୍ଗଶିର ମାସ ତିନିଦିନ ବ୍ୟାପି ଦେବ ଦୀପାବଳୀ ପାଳିତ ହୋଇଅଛି। ଆଜି ଅନ୍ତିମ ଦେବ ଦୀପାବଳି ଦିବସରେ ମହାପ୍ରଭୁ ରତ୍ନ ସିଂହାସନରେ ଶ୍ରାଦ୍ଧ ବେଶରେ ସଜ୍ଜିତ ହୋଇ ନନ୍ଦରାଜା, ଯଶୋଦା, ଦେବକୀ, ବାସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଶ୍ରାଦ୍ଧ ଦେଇଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି। କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ଭକ୍ତ ମାନଙ୍କ ଦର୍ଶନ ବନ୍ଦ ରହିଥିବା ଯୋଗୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆଜି ମହାପ୍ରଭୁଙ୍କ ଏ ଦୁର୍ଲଭ ଦର୍ଶନରୁ ବଂଚିତ ହୋଇଥିଲେ। ଗତକାଲି ମହାପ୍ରଭୁ ଦଶରଥ ଓ କୌଶଲ୍ୟାଙ୍କୁ ଏହି ଅବସରରେ ଶ୍ରାଦ୍ଧ ଦେଇଥିଲେ।