Odiapua.com

ମହାନନ୍ଦଙ୍କ ଆଶ୍ରମରେ ନଣ୍ଡାବାବାଙ୍କ ୧୨୦ତମ ଜନ୍ମ ମହୋତ୍ସବ ଉଦଯାପିତ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ପଂଚୁଟିକ୍ରି ଠାରେ ଥିବା ନଣ୍ଡାବାବାଙ୍କ ଆଶ୍ରମରେ ଦୀର୍ଘ ୧୧ଦିନ ଧରି ଚାଲିଥିବା ପବିତ୍ର ଜନ୍ମମହୋତ୍ସବ ଉଦଯାପିତ ହୋଇଯାଇଛି । ଗତ ୨୯ ତାରିଖ ନିକଟସ୍ଥ ମନ୍ତେଇ ନଦୀରୁ ୧୦୮କଳସ ଶୋଭାଯାତ୍ରା ହେବା ସହ ପ୍ରତ୍ୟେହ ଏହି ଆଶ୍ରମରେ ବିରାଜିତ ଦେବତାଙ୍କୁ ମହାରାଜେଶ୍ୱର ବେଶ, କରାଯିବା ସହ ପ୍ରତ୍ୟେହ ସକାଳ ଏବଂ ସନ୍ଧ୍ୟାରେ ମହାପ୍ରସାଦ ସେବନ ମଧ୍ୟ ହୋଇଥିଲା । ଏହି ଅବସରରେ ପଂଚୁଟିକ୍ରି ଠାରେ ଥିବା ମହାନନ୍ଦ ଆଶ୍ରମ ଠାରେ ହଜାର ହଜାର ସଂଖ୍ୟକ ଭକ୍ତ ଭକ୍ତା ମାନେ ଯୋଗ ଦାନ କରି ନଣ୍ଡା ବାବାଙ୍କ ସମାଧି ପୀଠରେ ନିଜର ଇଛା ମନାସି ଥାନ୍ତି । ଏଠାରେ ମାନସିକ ରଖୁଥିବା ଭକ୍ତଭକ୍ତା ମାନେ ଯାହା ମନାସି ଥାନ୍ତି ତାହା ଅଚିରେ ପୂରଣ ହୋଇଥାଏ ବୋଲି ଅଂଚଳରେ ଥିବା ବ୍ୟକ୍ତି ମାନେ ମତ ପ୍ରଦାନ କରିଥାନ୍ତି । ଏହି ଅବସରରେ ଧାମରା ତଥା ଘଂଟେଶ୍ୱର ଅଂଚଳ କୁ ଛାଡି ଭଦ୍ରକ ଜିଲ୍ଲାର ବହୁ ଶ୍ରଦ୍ଧାଳୁ ମାନେ ଏହି ମହୋତ୍ସବ ରେ ଯୋଗ ଦେଇଥିଲେ ।ଦୀର୍ଘ ୭ଦିନ ହେବ ଚାଲିଥିବା ଶେଷ ତିନି ଦିନ ସନ୍ଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ସହ ପାଲା ପରିବେଷଣ ମଧ୍ୟ କରାଯାଇଥିଲା ।

ଏହି ଆଶ୍ରମ ର ମହତ୍ୱ ଏହି ଆଶ୍ରମରେ ଦୀର୍ଘ ୪୫ବର୍ଷ ଧରି ଅଖଣ୍ଡ ଦ୍ୱୀପ ଜଳି ରହିବା ସହ ଅଖଣ୍ଡ ନାମ ସଂକୀର୍ତନ ଏବଂ ପ୍ରସାଦ ସେବନ ମଧ୍ୟ ଚାଲିଛି । ଏହି ଆଶ୍ରମରୁ କେହି କେବେ ଖାଲି ହାତରେ ଫେରି ନଥାଏ ବୋଲି କଥା ପ୍ରଚଳିତ ହୋଇ ଆସୁଛି । ଏହି ମହାନନ୍ଦ ଆଶ୍ରମ ହେଉଛି ସିଦ୍ଧ ସାଧକ ନଣ୍ଡା ବାବାଙ୍କ ଜନ୍ମ ଭୂମି । ସେ ଜଣେ ସାଧରଣ ଘରର ଯୁବକ ହୋଇଥିବା ବେଳେ ନିଜର ବାଲ୍ୟକାଳ କାଟିବା ପରେ ନିଜର ପିତାମାତା ତାଙ୍କ ବିବାହ ପାଇଁ ଏକ କନ୍ୟା ଦେଖି ତାଙ୍କ ପାଣିଗ୍ରହଣ କରିବାକୁ କହିଥିଲେ । ବିବାହ ଦିନ ଆଜିର ନଣ୍ଡାବାବା କଳାରଙ୍ଗର ହୋଇଥିବା ବେଳେ ବିବାହ କରିବାକୁ ଯାଇଥିବା ସଂପୃକ୍ତ ଯୁବକ(ନଣ୍ଡାବାବା)ଙ୍କୁ ସଂପୃକ୍ତ ଝିଅ ଗୋରା ରଙ୍ଗର ହୋଇଥିବା ବେଳେ ସେ ବିବାହ କରିବାକୁ ମନା କରି ଦେଇଥିଲା । ଏହାକୁ ପାଥେୟ କରି ସଂପୃକ୍ତ ଯୁବକ ଜଣକ ସେ ଦିନ ନିଜର ପିତାମାତାଙ୍କୁ ଛାଡି ପ୍ରଥମେ ପୁରୀ କୁ ଯାଇ ସେଠାରେ ବହୁ ସାଧୁସନ୍ଥଙ୍କ ସଂସ୍ପର୍ଶରେ ଆସିବା ସହ ସିଦ୍ଧ ପୁରୁଷ ବାବାଜୀ ରାମଦାସଙ୍କ ସଂସ୍ପର୍ଶରେ ଆସି ହିନ୍ଦୁ ଧର୍ମର ପ୍ରଚାର କରିବା ସହ ଜଣେ ସିଦ୍ଧ ପୁରୁଷ ଭାବେ ପ୍ରକଟିତ ହୋଇଥିଲେ । ପରେ ନିଜ ଅଂଚଳ ତଥା ଜନ୍ମଭୂମି ପଂଚୁଟିକ୍ରି କୁ ଆସି ସେଠାରେ ଆଶ୍ରମ ସ୍ଥାପନ କରିବା ସହ ସନାତନ ଧର୍ମର ପ୍ରଚାର ରେ ଜନସାଧାରଣଙ୍କୁ ଏହି ଧର୍ମରେ ଧର୍ମୀ ହୋଇ ପାରିଲେ ଏହାହିଁ ଜନତାଙ୍କ ମୂଳ ଏବଂ ଶେଷ ଲକ୍ଷ୍ୟ ହେବା ସହ ପରମାତ୍ମାଙ୍କ ସହ ଆତ୍ମାର ମିଳନ ହୋଇ ପାରିବ ବୋଲି ପ୍ରଚାର ଏବଂ ପ୍ରସାର କରିଥିଲେ ।