Odiapua.com

ମହାନଦୀ ଗର୍ଭରେ ଏନ୍‌ଡିଆରଏଫ୍ ପକ୍ଷରୁ ମକଡ୍ରିଲ

ନୟାଗଡ଼, ୮ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ଭାପୁର ବ୍ଳକର କରବର ପଂଚାୟତ ଗୁଡ଼ୁପଡ଼ା ଗ୍ରାମ ନିକଟରେ ପ୍ରବାହିତ ମହାନଦୀ ଗର୍ଭରେ ଏନ୍‌ଡିଆରଏଫ୍ ପକ୍ଷରୁ ମକଡ୍ରିଲ ପ୍ରଦର୍ଶିତ ହୋଇଯାଇଛି। ବନ୍ୟା ସମୟରେ ବିପନ୍ନଙ୍କୁ କିପରି ଉଦ୍ଧାର କରାଯାଇ ସେମାନଙ୍କର ଧନ ଜୀବନ ରକ୍ଷା କରାଯାଇପାରିବ ତାହାର ମକଡ୍ରିଲ ଦ୍ୱାରା ସଚେତନତା କରାଯାଇଥିଲା। ଏହି କେନ୍ଦ୍ରୀୟ ଉଦ୍ଧାରକାରୀ ଦଳ ପ୍ଲାଷ୍ଟିକ ଡ୍ରମ, ପାଣି ବୋତଲ, ଶୁୁଖିଲା ନଡ଼ିଆ, ମାଠିଆ, ବାଉଁଶ ଆଦି ଜିନିଷ ଏକାଠି କରି ତାକୁ ବାନ୍ଧି କିପରି ବିପନ୍ନଙ୍କୁ ଉଦ୍ଧାର କରାଯିବ ତାହାର ଡେମୋ କରି ପ୍ରଦର୍ଶନ କରିଥିଲେ। ଏନଡିଆରଏଫ୍ ର ତୃତୀୟ ବାଟାଲିୟନ ଆସିଷ୍ଟାଂଟ କମାଣ୍ଡାଂଟ ଅମିୟ କୁମାର ପଟ୍ଟନାୟକ, ଇନ୍ସପେକ୍ଟର ସୁନିଲ କୁମାର ସାମନ୍ତରାୟ ପ୍ରମୁଖ ଡେମୋ ପ୍ରଦର୍ଶିତ କରିଥିଲେ। ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲା ଜରୁରୀ କାଳୀନ ଅଧିକାରୀ ଶ୍ରୀକୁମାର ରଥ, ଭାପୁର ବିଡିଓ ସତ୍ୟ ସୁନ୍ଦର ରଥ ପ୍ରମୁଖ ଉପସ୍ଥିତ ଥିଲେ।