Odiapua.com

ମହାନଦୀର ସେତୁ ଓ ରାସ୍ତାର ଯୋଡ଼ରେ ଫାଟ

ସମ୍ବଲପୁର, ୧୮/୯ (ଓଡ଼ିଆ ପୁଅ) – ସମ୍ବଲପୁର ସହରରୁ ମହାନଗରର ନେଲସନ ମାଂଡେଲା ଛକଠାରୁ ଚାଉଁରପୁର ପର୍ଯ୍ୟନ୍ତ ମହାନଦୀ ଉପରେ ନିର୍ମିତ ସେତୁର ଯୋଡ଼ରେ ଫାଟ ଦେଖାଦେଇଛି। ସହର ପଟରେ ଥିବା ସେତୁର କଙ୍କ୍ରିଟ ଷ୍ଟ୍ରକଚର-ସଂଯୋଗକାରୀ ରାସ୍ତା ମଧ୍ୟରେ ଏହି ଫାଟ ରହିଛି। ମାଟି ଦବିଯିବାରୁ ଏଭଳି ହୋଇଥାଇପାରେ ଏବଂ ଏଥିରେ ଚିନ୍ତାର କାରଣ ନାହିଁ ବୋଲି ପୁର୍ତ ବିଭାଗର ଅଧିକାରୀ କହିଛନ୍ତି। ତେବେ ସେତୁକୁ ସଂଯୋଗ କରୁଥିବା ରାସ୍ତାର ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ୧୫ଶହ ମିଟର ଲମ୍ବ ଓ ୧୧୭ କୋଟି ୭୨ ଲକ୍ଷ ଟଙ୍କାରେ ନିର୍ମିତ ଏହି ସେତୁକୁ ଗତ ଫେବୃୟାରୀ ମାସ ୧ ତାରିଖ ଦିନ ସମ୍ବଲପୁର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ତରବରିଆ ଭାବେ ଏହାର ଉଦଘାଟନ କରାଯାଇଥିବା ସାଧାରଣରେ ଚଚ୍ଚ୍ ର୍ା ହେଉଛି। ସହରଦେଇ ମହାନଦୀ ଉପରେ ଏହା ଦ୍ୱିତୀୟ ସେତୁ ଅଟେ। ସମ୍ବଲପୁର ସହରରୁ ମହାନଗରର ଅପରପାଶ୍ୱର୍କୁ ଓ ବରଗଡ଼ ଆଡ଼କୁ ଯୋଗାଯୋଗ ସକାଶେ ଏହି ସେତୁ ପାଇଁ ଦୂରତା ସହିତ ସମୟ ହ୍ରାସ ପାଇଛି। ନଗର ନିଗମର ଅନେକ ଇଲାକା ମହାନଦୀର ଅପରପାଶ୍ୱର୍ରେ ରହିଛି। ଏଣେ ସେତୁକୁ ଭଲଭାବରେ ଅନୁଧ୍ୟାନ ଓ ପରୀକ୍ଷା କରାଯାଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।