Odiapua.com

ମହାନଦୀକୁ ଡେଇଁଲେ ଟ୍ରକ ଚାଳକ

ପାରାଦୀପ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଅଚାନକ ମହାନଦୀରୁ ଡେଇଁଲେ ଟ୍ରକ ଡ୍ରାଇଭର । କିଛି ନ ଭାବି ଜଣେ ଟ୍ରକ ଡ୍ରାଇଭର ମହାନଦୀରୁ ଡେଇଁ ଛନ୍ତି । ତେବେ ଏହି ଘଟଣା ପାରାଦୀପ ଭୂତମୁଣ୍ଡାଇଠାରେ ଦେଖିବାକୁ ମିଳିଛି । ସୂଚନାନୁସାରେ, ଦୀର୍ଘ ସମୟ ଧରି ପୋଲ ଉପରେ ଗୋଟିଏ  ଟ୍ରକ ଛିଡା ହୋଇଥିବା ବେଳେ ପରେ ଏହାର ଚାଳକ ନଦୀକୁ ଡେଇଁ ପଡିଛନ୍ତି । ଏହା ଦେଖିବା ପରେ ଜଣେ ବ୍ୟକ୍ତି ମାର୍ଶାଘାଇ ଦମକଳ ବାହିନୀକୁ ଖବର ଦେଇଥିବା ଜଣାପଡିଛି । ବର୍ତ୍ତମାନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।