Odiapua.com

ମହାନଗର ଅଞ୍ଚଳରେ ସ୍ୱଚ୍ଛ ଓ ସବୁଜ ପାଇଁ କାମ କରିବ ‘ସ୍କାନ’

ସମ୍ବଲପୁର, ୨୨/୭ – (ଓଡ଼ିଆ ପୁଅ) ସମ୍ବଲପୁର ମହାନଗର ନିଗମ ଅଞ୍ଚଳବାସୀଙ୍କୁ ସ୍ୱଚ୍ଛତା ବାବଦରେ ସଚେତନ କରିବା ସହ ନିଜ ନିଜ ଅଞ୍ଚଳରେ ଚାରା ରୋପଣ ପାଇଁ ସହଯୋଗ କରିବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସନ ନେଟୱାର୍କ’ (ସ୍କାନ)। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂସ୍ଥା ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଗୁରୁଜିନ୍ଦର କୌର, ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ସାହିତ୍ୟିକ ଗଣେଶରାମ ନାହାକ, ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାରଣା, ସମ୍ପାଦକ କୂଳଶେଖର ବାରିକ ଓ ଅନ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ। ଆସନ୍ତା ଅଗଷ୍ଟ ୪ ତାରିଖରେ ଅନୁଷ୍ଠାନର ୪ର୍ଥ ସ୍ଥାପନା ଦିବସ ପାଳନ ସହ ପ୍ରାୟ ୨୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ଶପଥପାଠ କରାଯିବ।