Odiapua.com

ମହାତ୍ମା ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଡ. ସନାତନ ମହାନ୍ତିଙ୍କ ସ୍ମୃତିସଭା

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ମହାତ୍ମା ଗାନ୍ଧୀ ବିଚାର ମଞ୍ଚ, ଭଦ୍ରକ ତରଫରୁ ସୁନାମଧନ୍ୟ ଅର୍ଥନୀତିଜ୍ଞ ଓ ସମାଜସେବୀ ପ୍ର. ଡ. ସନାନ ମହାନ୍ତିଙ୍କ ସ୍ମୃତିସଭା ଉପସଭାପତି ପ୍ରଫେସର ଝରଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସ୍ୱର୍ଗତଃ ଡ. ସନାନ ମହାନ୍ତି ମହାତ୍ମା ଗାନ୍ଧୀ ବିଚାର ମଞ୍ଚର ସଭାପତି ଥିଲେ । ସେ ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ଭଦ୍ରକ ପୂଜ୍ୟପଜା ସଂସଦ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ଭଦ୍ରକ ଇନ୍‌ଟାକ୍ ଅନୁଷ୍ଠାନ, ଶ୍ରୀମା ଅରବିନ୍ଦ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ଭଦ୍ରକର ଜଣେ ମୁରବୀତୁଲ୍ୟ ସଦାସର୍ବଦା ଭଦ୍ରକର ବିଭିନ୍ନ ବିକାଶ ଦିଗରେ କାର୍ଯ୍ୟ କରୁଥିଲେ । ସାହିତ୍ୟ ଓ ଅର୍ଥନୀତିରେ ବିଭିନ୍ନ ମୂଲ୍ୟବାନ ପୁସ୍ତକ ରଚନା କରି ସମାଜରେ ନିଜକୁ ପ୍ରତିଷ୍ଠା କରିଥିଲେ । ଜଣେ ମାନବବାଦୀ ଆଧ୍ୟାତ୍ମିକ ଚିନ୍ତା ନାୟକ ଭାବେ ଶ୍ରୀଅରବିନ୍ଦ ଦର୍ଶନକୁ ଲୋକାଭିମୁଖୀ କରିବାରେ ତାଙ୍କର ଭୂମିକା ଚିରକାଳ ଅମଳିନ ରହିବ ବୋଲି ସ୍ମୃତିସଭାରେ ବକ୍ତାମାନେ ବକ୍ତବ୍ୟରେ କହିଥିଲେ । ଏପରି ଜଣେ ମହାନ ବ୍ୟକ୍ତିଙ୍କ ପାଇଁ ଭଦ୍ରକ ଧନ୍ୟ ହୋଇଛି ବୋଲି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସଂଗଠନ ସମ୍ପାଦକ ସୁଧାକର ରାଉତ ମଞ୍ଚ ଆମନ୍ତ୍ରଣ କରିଥିଲେ । ସାଧାରଣ ସମ୍ପାଦକ ଶାନ୍ତନୁ କୁମାର ରାଉତ ଡ. ସନାତନ ମହାନ୍ତିଙ୍କ ସହ ରହି ଦୀର୍ଘ ଦିନର ଅନୁଭୂତି ବର୍ଣ୍ଣନା କରିଥିଲେ । ଉକ୍ତ ସଭାରେ ଡ. ରାମଚନ୍ଦ୍ର ପଣ୍ଡା, ଡ. ଗୋଲାକ ବିହାରୀ ସାହୁ, ଡାକ୍ତର ହରେକୃଷ୍ଣ ନାୟକ, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଲଲାଟେନ୍ଦୁ ମହାନ୍ତି, ଡ. ରାଧାରାଣୀ ମହାପାତ୍ର, ଗୀତାରାଣୀ ଆଇଚ, ପଦ୍ମନାଭ ପାଢୀ, ହରମୋହନ କୁଅଁର, ବାବୁଲାଲ ଦାସ, ବୈଲୋଚନ ବେହୁରିଆ, ଗୌତମ ମହାରଣା, କରୁଣାକର ଉପାଧ୍ୟାୟ, ଅଜିତ ନାୟକ, ଶାନ୍ତିଲତା ନାଗ, ରୂପକ ରାୟ, ଭରତ ଚନ୍ଦ୍ର ଦାଶ, ଡ. ରାମଚନ୍ଦ୍ର ପଲାଇ, ହରିଶ ଦାସ, ଚନ୍ଦ୍ରଶେଖର ନାୟକ, ଘନଶ୍ୟାମ ଲେଙ୍କା ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ କ୍ଷୀରୋଦ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।