Odiapua.com

ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୋଦି

ନୂଆଦିଲ୍ଲୀ,୦୨/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟସ୍ଥିତ ସମାଧିସ୍ଥଳରେ ପହଞ୍ଚି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହା ପୂର୍ବରୁ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ‘୧୫୦ତମ ଜନ୍ମଦିବସ ଅବସରରେ ପ୍ରିୟତମ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି! ମାନବଜାତି ପ୍ରତି ଚିରନ୍ତନ ଅବଦାନ ନିମନ୍ତେ ଆମେ ତାଙ୍କ ପ୍ରତି କୃତଜ୍ଞତା ଜଣାଉଛୁ। ତାଙ୍କର ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଏବଂ ବିଶ୍ୱରେ ଶାନ୍ତି ସ୍ଥାପନ କରିବାକୁ କଠିନ ପରିଶ୍ରମ କରିବାକୁ ଆମେ ପଣ କରୁଛୁ।’