Odiapua.com

ମହାତ୍ମାଗାନ୍ଧୀଙ୍କ ହରିଜନ ପଦଯାତ୍ରା ସ୍ମାରକୀ ସ୍ମୃତିସଭା

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାନବ ମହାତ୍ମାଗାନ୍ଧୀ ଭାରତବର୍ଷ ଓ ଓଡ଼ିଶାରେ ୧୯୩୪ ମସିହାରେ ଜାତିପ୍ରଥାକୁ ଦୂରୀଭୂତ କରିବା ପାଇଁ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ । ମହାତ୍ମାଗାନ୍ଧୀ ବିଚାରମଂଚ ଭଦ୍ରକ ତରଫରୁ ଏକ ସ୍ମୃତି ସଭା ଭଦ୍ରକ ସଂସ୍କୃତି ଭବନ ଠାରେ ଉକ୍ତ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ରାଉତଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମସ୍ତ ମାନନୀୟ ଅତିଥିବୃନ୍ଦ ଜୁନ୍ ୫ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଗାନ୍ଧୀ ବାଳାଶ୍ରମରେ ଅବସ୍ଥାନ କରି କିପରି ହୀନ ଜାତିପ୍ରଥାକୁ ଉଠାଇ ଦେବା, ଗାନ୍ଧୀଜୀଙ୍କ ତ୍ୟାଗ, ସହନଶୀଳତା, ସତ୍ୟତା ଓ ଅହିଂସା ଗୁଣ ସମ୍ବନ୍ଧରେ ଆଲୋଚନା କରିଥିଲେ । ସଭା ଆରମ୍ଭରେ ସଂଗଠନ ସମ୍ପାଦକ ବାବୁଲାଲ ଦାସ ସମ୍ମାନନୀୟ ଅତିଥିମାନଙ୍କୁ ମଂଚାସୀନ ହେବା ପାଇଁ ଅନୁରୋଧ କଲାପରେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ଗାନ୍ଧୀଙ୍କର ପ୍ରିୟ ଭଜନ ବୈଷ୍ଣବ ଜନକେ ଗାୟନ କରାଯାଇଥିଲା । ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଶିକ୍ଷାବିତ୍ ଗୋବର୍ଦ୍ଧନ ସାମଲ ଦେଇଥିବା ବେଳେ ସଂପାଦକୀୟ ବିବରଣୀ ପାଠ କରିଥିଲେ ଆମ୍ଭ ଅନୁଷ୍ଠାନର ସମ୍ପାଦକ ସୁଧାକର ରାଉତ । ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥିଭାବେ ମାନନୀୟ ଜିଲ୍ଲାପାଳ ଡ଼. ଦିଲୀପ ରାଉତରାଏ, ସମ୍ମାନୀୟ ଅତିଥିଭାବେ ସେବା ନିବୃତ ଅଧ୍ୟାପକ ଡ଼. ଭାଗବତ ତ୍ରିପାଠୀ ଏବଂ ଆଉ ଜଣେ ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପ୍ରାଧ୍ୟାପକ ସୁଧୀର ଚନ୍ଦ୍ର ଜେନା ଯୋଗଦାନ କରି ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଶେଷରେ ସଭାପତିଙ୍କ ଭାଷଣ ପରେ ଧନ୍ୟବାଦ ଦେଇଥିଲେ ଯୁଗ୍ମ ସଂପାଦକ ମଦନ ମୋହନ ନାୟକ । ସକାଳ ୭ଟା ବେଳେ ଗାନ୍ଧୀ ପଡ଼ିଆ ଠାରେ ସଫେଇ କାର୍ଯ୍ୟ ହୋଇଥିଲା ଏବଂ ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସହଯୋଗ କରିଥିଲେ ସମାଜସେବୀ ଅଜୟ ନାୟକ, ଭାସ୍କର ଚନ୍ଦ୍ର ନାୟକ, ହରମୋହନ କୁଅଁର, ଆଦିତ୍ୟ ଗୋସ୍ୱାମୀ, ମୁକ୍ତିକାନ୍ତ ମହାପାତ୍ର, ଆଦିତ୍ୟ ନାୟକ, ଗୌରାଙ୍ଗ ବାରିକ୍‌, ଡ଼. ମନୀନ୍ଦ୍ର ମହାନ୍ତି, ଡ଼. ଗୋଲକ ବିହାରୀ ସାହୁ, ବିବେକାନନ୍ଦ ମୁଖାର୍ଜୀ, ରମାକାନ୍ତ ନାୟକ, ଅଶୋକ କୁମାର ଦାସ, ରାମଚନ୍ଦ୍ର ପଣ୍ଡା, ଶାନ୍ତିଲତା ବାରିକ୍‌, ସଂଯୁକ୍ତା ଯାଦବ, ମମତା ସାହୁ, ଲଲାଟେନ୍ଦୁ ମହାନ୍ତି, ଡ଼. କୃପାସିନ୍ଧୁ ମିଶ୍ର, ଶ୍ରୀହର୍ସ ସ୍ୱାଇଁ, ବସୁମିତ୍ରା ସାହୁ, କୌଳାସ ମହାପାତ୍ର, ନିରଞ୍ଜନ ବିଶ୍ୱାଳ, କରୁଣାକର ଉପାଧ୍ୟାୟ, ଇନ୍ଦ୍ରମଣି ପଣ୍ଡା, ଅଜିତ୍ ନାୟକ, ନାରାୟଣ ଚନ୍ଦ୍ର ପାଢ଼ୀ ଏବଂ ବୈଲୋଚନ ବେହୁରିଆ ।