Odiapua.com

ମହାକାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ପୁରୁଷଣ୍ଢ ରଥ ସାହି ଠାରେ ମା ମହାକାଳୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳେ ଏକ ଶୋଭାଯାତ୍ରାରେ ଯାଇ ସାଳନ୍ଦୀ ନଦୀରୁ ଘଟୋତଳନ କରାଯାଇ ଯଜ୍ଞ ବେଦୀରେ ସ୍ଥାପନ କରା ଯାଇଥିଲା । ପଣ୍ଡିତ ବିଷ୍ଣୁମୋହନ ପାଣିଗ୍ରାହୀ, ଗୋପନାଥ ତ୍ରିପାଠୀ, ବଳରାମ ଶତପଥି,ସତ୍ୟପ୍ରକାଶ ପଣ୍ଡା, ଜଗନ୍ନାଥ ପଣ୍ଡା ଙ୍କ ସମେତ ୨୫ ଜଣ ବୈଦିକ ବ୍ରାହ୍ମଣ ଠାକୁରଙ୍କ ଚଣ୍ଡୀ ମହାଯଜ୍ଞ, ଅଙ୍କୁରାରୋପଣ, ମନ୍ଦିର ପ୍ରତିଷ୍ଠା, ଗୃହପ୍ରବେଶ ଆଦି କାର୍ଯ୍ୟକ୍ରମ ତୁଲାଇଥିଲେ । କର୍ତାଭାବେ ପୃଷ୍ଠପୋଷକ ରମାକାନ୍ତ ସାମନ୍ତରାୟ ଓ ବାସନ୍ତି ସାମନ୍ତରାୟ ଦାୟିତ୍ୱ ତୁଲାଇଥିଲେ । ଏହି ଧାର୍ମିକ କାର୍ଯ୍ୟ ୮ ଦିନ ଧରି ପାଳିତ ହେବାକୁ ଥିବା ବେଳେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।