Odiapua.com

ମହାକାଳପଡା ଗୋଗୁଆରେ ଯୁବ ଆଇନଜୀବିଙ୍କ କରୋନା ସଚେତନତା

କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗୋଗୁଆ ପଂଚାୟତରେ ଯୁବ ଆଇନଜୀବି ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ଦାସଙ୍କ ତତ୍ୱାବଧାନରେ “ବିଶ୍ୱ ମହାମାରୀ କରୋନା” ସମ୍ପର୍କରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀ ଦାସଙ୍କ ସହିତ ଗହୀରମଥା କଇଁଛ ସୁରକ୍ଷା ସମିତିର ସଭାପତି ପ୍ରଭୁ ପ୍ରସାଦ ମହାପାତ୍ର, ଉପସଭାପତି ସତ୍ୟବ୍ରତ ସ୍ୱାଇଁ, ବରିଷ୍ଠ ସ୍ୱେଛାସେବୀ ଯୁଗଳ କିଶୋର ଦାସ, ଇନ୍ଦ୍ରମଣୀ ତରାଇ, ସରପଂଚ ପ୍ରତିନିଧି ବାବାଜୀ ମଲ୍ଲିକ, ସମିତିସଭ୍ୟ ପ୍ରତିନିଧି ସୁର ସେଠୀ, ପ୍ରମୋଦ ରାଉତ, ତୋଫାନ ବେହେରା, ହାପି ଦାସ, ଲିଟୁ ଦାସ, ଚନ୍ଦ୍ର ଶେଖର ବେହେରା, ଆଶାଦିଦି ସାରଥୀ ସ୍ୱାଇଁ ଓ ମହିଳା ସ୍ୱେଛାସେବୀ ଶ୍ରୀମତୀ ପ୍ରଧାନ ପ୍ରମୁଖ ଯୋଗଦେଇ ଘରକୁ ଘର ବୁଲି ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହିତ ସାନିଟାଇଜର, ମାସ୍କ, ବିସ୍କୁଟ ଓ ଶୁଖିଲା ଖାଦ୍ୟ ପ୍ରଭୃତି ବଂଟନ କରିଥିଲେ। କିପରି ସାମାଜିକ ଦ୍ୱରତା ବଜାୟ ରଖିବା, ହାତକୁ ବାରମ୍ବାର ସାବୁନରେ ଧୋଇ ସଫାକରିବା, ସାନିଟାଇଜରରେ ହାତ ସଫା କରିବା, ବାହାରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖିବା ସହିତ ସରକାରଙ୍କ ୧୦୪ନମ୍ବରକୁ ଯୋଗାଯୋଗ କରି ସେମାନଙ୍କ ନାମ ପଞ୍ଜିକରଣ କରିବା ସମ୍ପର୍କରେ ପରାମର୍ଶ ଦେଇଥିଲେ।