Odiapua.com

ମହତାବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ନେତାଜୀ ଯୁବକସଂଘ ଆନୁକୁଲ୍ୟରେ ମହତାବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଦଳ ଗୁଡ଼ିକ ମଧ୍ୟରେ ପ୍ରତିଯୋଗୀତା ହୋଇଥିବା ବେଳେ ଚାରିଗାଁ ନେତାଜୀ ଯୁବକ ସଂଘ ଓ ସୋସୋ ମରଚାଇପଦା ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏକ ରୋମାଞ୍ଚକର ଖେଳରେ ନେତାଜି ଯୁବକ ସଂଘ ବିଜୟ ଲାଭ କରିଥିଲା । ରାମଚନ୍ଦ୍ର ବେହେରା ଓ କାହ୍ନୁ ଚରଣ ସାହୁ ଆମ୍ପାୟରିଂ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ଶିକ୍ଷାବିତ ରଥ ବେହେରା ଯୋଗଦେଇ କ୍ରିକେଟ ଖେଳ ଶୃଙ୍ଖଳିତ ଖେଳ ହୋଇଥିବା ବେଳେ ସାମାନ୍ୟ ନଜୀ ହଟିଲେ ପରାଜୟ ନିଶ୍ଚିତ ବୋଲି ମତପ୍ରକାଶ କରି ବିଜୟୀ ଓ ରନର୍ସଅଫ ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ନେତାଜୀ ଯୁବକସଂଘର ସଭାପତି ଜଗନ୍ନାଥ ସାହୁ, ସମ୍ପାଦକ ଦୀପକ ବେହେରା, ସଭ୍ୟ ନୀଳମାଧବ ସାହୁ, ଶରତ ରାଉଳ, ରାଜେଶ ସାହୁ, ସନାତନ ପୃଷ୍ଟି, କମଳା ବେହେରା, କେଶବ ପୃଷ୍ଟି, ଶିବ ସାହୁ, ଗଣେଷ ସାହୁ, କୈବଲ୍ୟ ସାହୁ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।