Odiapua.com

ମହତାବ ମଣ୍ଡଳ ବିଜେପିର ସାଂଗଠନିକ ବୈଠକ, ୧୫ ରେ ବ୍ଲକ ଘେରାଉ ନିଷ୍ପତି

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଆଗରପଡ଼ା ଇଲେଭେନ୍‌ଷ୍ଟାର କ୍ଲବ ପରିସରରେ ଆଜି ମହତାବ ମଣ୍ଡଳ ବିଜେପିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶାସକ ଦଳର ଦୁର୍ନିତି ଭ୍ରଷ୍ଟାଚାର ଓ ପ୍ରିୟାପିତୀ ତୋଷଣ ବିରୋଧରେ ଆସନ୍ତା ୧୫ ତାରିଖରେ ବ୍ଲକ ଘେରାଉ ନେଇ ଆଲୋଚନା କରାଯାଇଥିଲା । ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀଙ୍କ ଆବାହକତ୍ୱରେ ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଲୋକସଭା ନେତା ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବନ୍ଦ୍ରିନାରାୟଣ ଧଳ, ପଞ୍ଚାନନ ରାଉତ, ବରିଷ୍ଠ ବିଜେପି ନେତା ସୁଧାଂଶୁ ଶେଖର ନାୟକ, ନିର୍ବାଚନ ମଣ୍ଡଳି ପ୍ରଭାରୀ ପ୍ରକାଶ କିଶୋର ମହାପାତ୍ର, ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ, ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, ମଣ୍ଡଳ ସାଧାରଣ ସମ୍ପାଦକ ଅମୁଲ୍ୟ ରତ୍ନ ନନ୍ଦ, ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରୀ, ମଦନ ମୋହନ ଦାଶ, ନରୋତ୍ତମ ଦାସ, ପଦ୍ମନାଭ ସୁଆଁର, ରବିନ୍ଦ୍ର ଜେନା, ଗୌତମ ନାୟକ, କରୁଣାକର ସାହୁ, କିରଣମୟୀ ବେହେରା, ବିଜୟ ନାଥ ପ୍ରମୁଖ ଉପସ୍ଥିତ ରହି ଦଳର କାର୍ଯ୍ୟ ପନ୍ଥା ଉପରେ ମତ ପୋଷଣ କରିଥିଲେ । ଏହି ବ୍ଲକରେ ଶାସକ ଦଳର ଦୁର୍ନିତି ଓ ସ୍ୱେଚ୍ଛାଚାରିତା ଚରମ ସୀମାରେ ପହଞ୍ଚିଛି । ପ୍ରଶାସନିକ ଅଧିକାରୀ ମାନେ ଶାସକ ଦଳର କଥାରେ ପରିଚାଳିତ ହେଉଛନ୍ତି,ଫଳରେ ସାଧାରଣ ଲୋକେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ।ଏହିପରି କାର୍ଯ୍ୟକୁ ନେଇ ଲୋକେ ଅତିଷ୍ଠ ହେଲେଣି । ପ୍ରତିବାଦ୍ ସ୍ୱରୁପ ଆଗାମୀ ୧୫ ତାରିଖ ଦଳ ପକ୍ଷରୁ ବ୍ଲକ ଘେରାଉ କରାଯିବାର ନିଷ୍ପତି ନିଆଯାଇଛି ।