Odiapua.com

ମହତାବ ନଗରରେ ରାମ ମନ୍ଦିର ନିର୍ମାଣାର୍ଥେ ନିଧି ସମର୍ପଣ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାମରାଇପୁର ମହତାବ ନଗର କଲୋନୀ ବାସିନ୍ଦାଙ୍କ ତରଫରୁ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ସଂଗୃହୀତ ନିଧିରାଶି ସମର୍ପଣ କରାଯାଇଛି। ଏଥି ନମିନ୍ତେ ଏକ ଉତ୍ସବର ଆୟୋଜନ ହେବା ସହିତ କଲୋନୀବାସୀଙ୍କ ମଧ୍ୟରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ମହତାବନଗର ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ସୁବାସ ଚନ୍ଦ୍ର ବଳଙ୍କ ତତ୍ତ୍ୱାବଧାନରେ କଲୋନୀବାସୀଙ୍କ ଠାରୁ ଆଦାୟ ହୋଇଥିବା ୨୫ ହଜାର ନିଧି ରାଶି ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପ୍ରଚାରକ ରଶ୍ମି ରଂଜନ ମହାକୁଡ, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଜିଲ୍ଲା କାର୍ଯ୍ୟକର୍ତ୍ତା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟ କରାଯାଇ ସମସ୍ତ ଗ୍ରାମବାସୀ ପଂକ୍ତି ଭୋଜନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମର ବରିଷ୍ଠ ନାଗରିକ ଶରତ ଚନ୍ଦ୍ର ରାୟ, ପ୍ରଫେସର କମଳାକାନ୍ତ ସ୍ୱାଇଁ, ଅରବିନ୍ଦ ବସନ୍ତରାୟ, ମନ୍ଦରଧର ଦୀକ୍ଷିତ, ସୁଧୀର ପଣ୍ଡା, ସୁରମାଧବ ପାଣି, ନିରାକାର ସ୍ୱାଇଁ, ପାର୍ଥସାରଥୀ ମହାପାତ୍ର, ରାଜେଶ ମହାପାତ୍ର, ଅଜୟ ଲେଙ୍କା, ପ୍ରସନ୍ନଜିତ୍ ନାୟକ, ଦୀନବନ୍ଧୁ ସାହୁ, ଦୀପକ ସାହୁ, ମାନଗୋବିନ୍ଦ ପାତ୍ର, ରବିଶଙ୍କର ଗୁପ୍ତା, ଘନଶ୍ୟାମ ଜେନା ପ୍ରମୁଖ ପରିଚାଳନା କରିଥିଲେ।