Odiapua.com

ମହତାବଙ୍କ ଜୟନ୍ତୀ ନିରାଡ଼ମ୍ବରରେ ପାଳନ ହେବ : ସୁରେଶ କୁମାର ରାଉତରାୟ

ଭୁବନେଶ୍ୱର ୨୪-୧୦ (ଓଡ଼ିଆ ପୁଅ) – ଦୀର୍ଘ ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଓଡ଼ିଶାର ନିର୍ମାତା ଡ- ହରେକୃଷ୍ଣ ମହତାବଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ନଭେମ୍ବର ୨୧ ତାରିଖରେ ବହୁ ଆଡ଼ମ୍ବରରେ ପାଳିତ ହୋଇଆସୁଥିଲା। କିନ୍ତୁ ଏହି ବର୍ଷ ଦେଶ ଓ ରାଜ୍ୟରେ ଦେଖାଦେଇଥିବା ଭୟଙ୍କର କରୋନା ମହାମାରୀ ପାଇଁ ଜୟନ୍ତୀ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବାପାଇଁ ନିଷ୍ପତି ନିଆଯାଇଛି ବୋଲି ଜୟନ୍ତୀ କମିଟିର ମୁଖ୍ୟ ବିଧାୟକ ସୁରେଶ କୁମାର ରାଉତରାୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ରାଜ୍ୟ ଓ ଦେଶରେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଜନସାଧାରଣ ଜୀବନ ବଂଚାଇବା ପାଇଁ ଜୀବିକା ସହ ସଂଘର୍ଷ କରୁଛନ୍ତି। ଏହାକୁ ପ୍ରତିହତ କରିବାପାଇଁ ସରକାର କିଛି ନିୟମ କରିଛନ୍ତି। ଯେଉଁ ନିୟମରେ କି ସାମାଜିକ ଦ୍ୱରତ୍ୱ ରକ୍ଷାକରିବା ବର୍ତମାନ ପରୀପ୍ରେକ୍ଷୀରେ ଦରକାର ପଡ଼ିଛି। ତେଣୁ ଏହି ବର୍ଷ ପାଇକ ଶୋଭାଯାତ୍ରା, ମେଲୋଡି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। କେବଳ ହରେକୃଷ୍ଣ ମହତାବ ଜୟନ୍ତୀରେ ସକାଳ ୭ ଘଟିକା ସମୟରେ ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ ବୁଦ୍ଧମନ୍ଦିରରେ ପୂଜାର୍ଚ୍ଚନା କରାଯିବ। ସକାଳ ୯ ଟାରେ ଗାନ୍ଧୀ ମାର୍ଗ ଠାରେ କେବଳ ମହତାବଙ୍କ ଫଟ୍ଟୋ ପୂଜା ଅନୁଷ୍ଠିତ ହେବ। ସେହପରି ପୂବାର୍ହ୍ନ ୧୧ ଘଟିକାରେ ଏକ୍ରାମ ନିବାସରେ ନାରାୟଣ ସେବା ଅନୁଷ୍ଠିତ ହେବ। ଉପରୋକ୍ତ କାର୍ଯ୍ୟକ୍ରମକୁ କୋଭିଡ-୧୯ ନିୟମାବଳୀରେ କରାଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତୀ କମିଟିର ନେତୃବୃନ୍ଦ ଉପସ୍ଥିତ ଥିଲେ।