Odiapua.com

ମହଙ୍ଗା ପଡିଲା କାଜଲ ଙ୍କୁ ଭେଟିବା

ନୂଆଦିଲ୍ଲୀ, ୦୨/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ସିଲେବ୍ରିଟୀ କହିଲେ ସମସ୍ତେ ବେଶି ଉତ୍ସାହିତ ହୋଇ ଯାଆନ୍ତି। ଆଉ ଏମିତିରେ ଯଦି ତାଙ୍କୁ କେବେ ଦେଖିବାର ସୁଯୋଗ ମିଳେ, ତାହେଲେ କେହି ବି ଏହି ସୁଯୋଗ କୁ ହାତ ଛଡା କରିବାକୁ ଚାହିଁଲେ ନାହିଁ। ମାତ୍ର ଦେଖା କରିବାକୁ ଯାଇ ବେଳେ ବେଳେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼େ।

ଏବେ ଠିକ୍ ଏକ ଘଟଣା ଦେଖିବାକୁ ମିଳିଛି ଜଣେ ବ୍ୟାଙ୍କ ନିକଟରେ। ଯିଏ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲଙ୍କର ବହୁତ ବଡ଼ ପ୍ରଶଂସକ। ସେହି ବ୍ୟକ୍ତି ଜଣକ ତାମିଲନାଡୁ ରାମାନାଥାପୁରମ୍‌ ସହରର। ସେ ଏହି ଅଭିନେତ୍ରୀଙ୍କୁ ଭେଟିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ। ଏହାରି ଭିତରେ ତାଙ୍କୁ ଏକ ୱେବସାଇଟର ପତ୍ତା ମିଳିଥିଲା, ଯେଉଁଥିରେ କାଜଲଙ୍କୁ ଭେଟିବାର ସମସ୍ତ ସୂଚନା ଦିଆଯାଉଥିଲା।

କାଜଲଙ୍କର ଏହି ଫ୍ୟାନ୍‌ ଜଣକ ସେହି ୱେବପେଜକୁ ଯାଇ ପଚରାଉଚରା କରିଥିଲେ। ଏହାପରେ ୱେବପେଜ୍‌ ମେକରଙ୍କ ଆଡ଼ୁ ତାଙ୍କୁ ୫୦ ହଜାର ଟଙ୍କା ଏବଂ ବ୍ୟକ୍ତିଗତ ସୂଚନା ମଗାଯାଇଥିଲା, ଯାହାକୁ ଫ୍ୟାନ୍‌ ଜଣକ ସଙ୍ଗେ ସଙ୍ଗେ ଦେଇ ଦେଇଥିଲେ। ଏହାପରେ ସେମାନେ କେତେକ ପର୍ଯ୍ୟାୟରେ ବ୍ୟକ୍ତିଙ୍କଠାରୁ ଟଙ୍କା ମାଗିଥିଲେ। କିନ୍ତୁ କାଜଲଙ୍କ ସହିତ ଦେଖା କରେଇବାର ମିଟିଂ ଡିଟେଲ୍ସ ସେୟାର କରି ନ ଥିଲେ। କିଛି ସମୟ ପରେ ଫ୍ୟାନଙ୍କୁ ଅନୁଭବ ହୋଇଥିଲା କି ତାଙ୍କ ସହିତ ଧୋକା ହେଉଛି।

ତେଣୁ ସେ ଆଉ ଟଙ୍କା ଦେବାକୁ ମନା କରିଦେଲେ। ହେଲେ ୱେବପେଜ୍‌ ମେକର୍ସ ତାଙ୍କ ବ୍ୟକ୍ତିଗତ ସୂଚନା ଏବଂ ଫଟୋ ଲିକ୍‌ କରିଦେବାକୁ ଧମକ ଦେଇ ଚାଲିଲେ। ପରେ ଏହି ଖବର ପ୍ରକାଶ ପାଇବା ପରେ ପୁଲିସ ଏଥିରେ ଜଣଙ୍କୁ ଗିରଫ କରିଛି।