Odiapua.com

ମହଙ୍ଗାଭତ୍ତା ବୃଦ୍ଧି ପରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷର ନିଆଁ

ଭୁବନେଶ୍ୱର ୮ -୧୦ (ଓଡ଼ିଆ ପୁଅ) ଦୀର୍ଘ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଚଳାଇଥିବା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଦାବିକୁ ସମ୍ମାନ ଜଣାଇ ସଂଘର ପ୍ରତିନିଧିମାନଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍, ଯାଜପୁର ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବିଷଦ ଆଲୋଚନା କରାଯାଇଥିଲା। କର୍ମଚାରୀମାନଙ୍କୁ ୦୧.୦୧.୨୦୧୬ ରିଖରୁ ବେତନ ବୃଦ୍ଧି, ଠିକା ନିଯୁକ୍ତି ସମୟକୁ ଚାକିରୀ ସମୟ ଭାବେ ଗଣତିସହ ଏହି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ସଂଘ ପକ୍ଷରୁ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରାଯାଇଥିଲା। ସଂଘ ପ୍ରତିନିଧିଙ୍କ ଦାବି ଯୁକ୍ତିଯୁକ୍ତ ବୋଲି ମାନନୀୟ ୫ ଟି ସଚିବ କହିଥିଲେ ଏବଂ ଖୁବଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ସଂଘତରଫରୁ ଏକ ପ୍ରତିନିଧିମଣ୍ଡଳୀ ମାନନୀୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ମଧ୍ୟ ଆଲୋଚନା କରି ତୁରନ୍ତ ଏ ସମ୍ପର୍କରେ ନିଷ୍ପତି ଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟ ଶାସନ ସଚିବ ଚୁକ୍ତିଭିତ୍ତିକ ନିଯୁକ୍ତିର ନଥି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଛି ବୋଲି ଦର୍ଶାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ସଂଘ ପକ୍ଷରୁ ସଭାପତି ଶ୍ରୀ ବିଜୟ ମଲ୍ଲ, ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଭାତ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ଓ ତୁରନ୍ତ ମୁଖ୍ୟମନ୍ତ୍ରୀ ଠିକା /ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମସ୍ୟାର ସନ୍ତୋଷଜନକ ସମାଧାନ ନିମନ୍ତେ ନିର୍ଦ୍ଦେଶନାମା ଜାରିକରିବେ ବୋଲି ଆଶା ବ୍ୟକ୍ତ କରିଥିଲେ

ଆଜି ରାଜ୍ୟ ସରକାର ନିୟମିତ କର୍ମଚାରୀମାନଙ୍କ ପାଇଁ ୧୧ ପ୍ରତିଶତ ଡିଏ ବୃଦ୍ଧି ପାଏ ୨୮ ପ୍ରତିଶତ ହୋଇଥିବା ସହ ଜିଆଇଏସ ୪ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କିନ୍ତୁ ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ପୁନର୍ବାର ନିରାଶ ହବାକୁ ପଢ଼ିଛି। ଯଦି ଆସନ୍ତା ଦଶହରା ପୂର୍ବରୁ ରାଜ୍ୟ ସରକାର ଏହି ଶ୍ରେଣୀୟ କର୍ମଚାରୀମାନଙ୍କ ପାଇଁ କିଛି ଘୋଷଣା ନକରନ୍ତି ତେବେ ଦଶହରା ଉପରନ୍ତେ ଗୋଟେ ବଡ଼ଧାରଣର ଆନ୍ଦୋଳନ ହବ ବୋଲି ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ, ତାପସ ମିଶ୍ର, ଏବଂ ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ବଜିତ୍ ବିଶ୍ବାଳ, ଦେବାଶିଷ ନାୟକ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, , ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ, ବାବୁଲ ନାୟକ ପ୍ରମୁଖ ପ୍ରେସ ବ୍ରିବୃତି ରେ କହିଛନ୍ତି।