Odiapua.com

ମହଁଗା : ପୁଣି CNG ଏବଂ PNG ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆପଣଙ୍କ ସହରରେ ଦର କ’ଣ?

ନୂଆଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) : ପୁଣି CNG ଏବଂ PNG ମୂଲ୍ୟରେ ବୃଦ୍ଧି ହୋଇଛି। CNG କିଲୋଗ୍ରାମ ପିଛା ୨.୨୮ ଟଙ୍କା ବ୍ୟୟବହୁଳ ହୋଇଥିବାବେଳେ PNG ର ମୂଲ୍ୟ SCM ପିଛା ୨.୧୦ ଟଙ୍କା ବୃଦ୍ଧି ପାଇଛି। ସାଧାରଣ ଲୋକଙ୍କ ଉପରେ ମହଁଗା ଦର ଦଢ଼ିବଢ଼ି ଚାଲିଛି।

ସୂଚନାଯୋଗ୍ୟଯେ, ଚଳିତ ମାସରେ ଦ୍ୱିତୀୟ ଥର ପାଇଁ PNG ଏବଂ CNG ର ମୂଲ୍ୟ ବୃଦ୍ଧି ପାଇଛି। ପ୍ରଥମ ଥର ପାଇଁ ସମାନ ମାସରେ CNG ଏବଂ PNG ର ମୂଲ୍ୟ ଦୁଇଥର ବୃଦ୍ଧି ପାଇଛି। ଅକ୍ଟୋବର ୧ ରେ CNG ର ମୂଲ୍ୟ କିଲୋଗ୍ରାମରେ ୨.୨୮ ଟଙ୍କା ବୃଦ୍ଧି ହୋଇଥିବାବେଳେ ପିଏନଜି ମୂଲ୍ୟ ୟୁନିଟ୍ ପିଛା ୨.୧୦ ଟଙ୍କା ବୃଦ୍ଧି କରାଯାଇଥିଲା।

ବିଭିନ୍ନ ସହରରେ ବୃଦ୍ଧି ପରେ CNG, PNG ମୂଲ୍ୟ।

ଆଜିଠାରୁ ଦିଲ୍ଲୀରେ CNG ୪୯.୭୬ ଟଙ୍କା

ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦରେ CNG ମୂଲ୍ୟ କିଲୋଗ୍ରାମ ପାଇଁ ୫୬.୦୨ ଟଙ୍କା।

ଗୁରୁଗ୍ରାମରେ CNG ମୂଲ୍ୟ କିଲୋଗ୍ରାମ ପିଛା ୫୮.୨୦ ଟଙ୍କା।

୨.୧୦ ଟଙ୍କା ବୃଦ୍ଧି ପରେ ଦିଲ୍ଲୀରେ ପିଏନଜି ମୂଲ୍ୟ ଏସସିଏମ ପିଛା ୩୫.୧୧ ଟଙ୍କା ରହିଛି

ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ PNG ର ମୂଲ୍ୟ ହେଉଛି SCM ପ୍ରତି ୩୪.୮୬ ଟଙ୍କା।

ଗୁରୁଗ୍ରାମରେ PNG ମୂଲ୍ୟ SCM ପିଛା ୩୩.୩୧ ଟଙ୍କା।

ରେୱାରୀ ଏବଂ କର୍ଣ୍ଣଲରେ PNG ମୂଲ୍ୟ ହେଉଛି SCM ପିଛା ୩୩.୯୨ ଟଙ୍କା।

ମୁଜାଫରନଗର, ମେରଟ ଏବଂ ଶାମଲିରେ ପିଏନଜିର SCM ପିଛା ୩୮.୩୭ ଟଙ୍କା ରହିଛି।