Odiapua.com

ମସ୍କୋରେ ଭାରତୀୟ ଦଳର ନେତୃତ୍ୱ ନେଲେ ଶ୍ରୀମତି ଉଷା ପାଢୀ

ସମ୍ବଲପୁର, ୨୨/୭ (ଓଡ଼ିଆ ପୁଅ) କେନ୍ଦ୍ର ବେସାମରିକ ବିମାନ ଚଲାଚଳ ଯୁଗ୍ମ ସଚିବ ତଥା ରଷ୍ଟ୍ରାୟତ ପବନହଂସ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତି ଉଷା ପାଢୀ ଭାରତ ସରକାରଙ୍କ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ଋଷିଆର ରାଜଧାନୀ ଗସ୍ତରେ ଅଛନ୍ତି। ଓଡ଼ିଶା କେଡ଼ରର ଆଇଏଏସ ଶ୍ରୀମତି ପାଢୀ ଋଷିଆର ରାଜଧାନୀ ମସ୍କୋ ଠାରେ ଭାରତ-ଋଷିଆ ମଧ୍ୟରେ ବେସାମରିକ ବିମାନ ଚଲାଚଳ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଗଠିତ ଆନ୍ତଃ ସରକାର କମିଶନର ବୈଠକରେ ଅଂଶ ଗ୍ରହଣ କରଥିଲେ। ଏକ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାରସ୍ପାରିକ ସହଯୋଗ କୁ ଆହୁରି ସଦୃଢ କରିବା ଉପରେ ଆଲୋଚନା କରିଥିଲେ। ସୂଚନା ଯାଗ୍ୟ ଯେ, ଶ୍ରୀମତି ପାଢୀ ଉଡ଼ାନ ଯୋଜନାର ସଂଯୋଜକ ଭାବେ ଦେଶରେ ବିମାନ ଚଲାଚଳ ନେଟଓାର୍କକୁ ଅଗମ୍ୟ ଓ ଅଭ୍ୟନ୍ତରୀଣ ଇଲାକାକୁ ସମ୍ପ୍ରସାରଣ କରିବାରେ ସଫଳତା ହାସଲ କରିଛନ୍ତି। ନିକଟରେ ତାଙ୍କୁ ପବନହଂସର ଏମଡ଼ି ରୂପେ ମଧ୍ୟ ଦାୟୀତ୍ୱ ପ୍ରଦାନ କରାଯାଇଛି।