ବଲୁଚିସ୍ଥାନ/ନୂଆ ଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) : ପାକିସ୍ତାନର କ୍ୱେଟାରେ ଏକ ମସଜିଦ୍ ରେ ବିଷ୍ପୋରଣର ଖବର ଆସିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ବିଷ୍ପୋରଣରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଲୋକ ଆହତ ହୋଇଛନ୍ତି।
ଏହି ଘଟଣା ଶୁକ୍ରବାର ସଂଧ୍ୟାରେ କ୍ୱେଟା ସହରରେ ଗୌସାବାଦ ନାମକ ସ୍ଥାନରେ ହୋଇଛି। ସଂଧ୍ୟାରେ ନମାଜ ସମୟରେ ମସଜିଦ୍ କୁ ଲୋକ ଆସିଥିଲେ। ସେହି ସମୟରେ ମସଜିଦ୍ ଭିତରେ ବିଷ୍ପୋରଣ ହୋଇଥିଲା। ଏଥିରେ ମସଜିଦ୍ ର ଇମାମ ଏବଂ ଏକ ସିନିୟର ପୁଲିସ ଅଧିକାରୀଙ୍କ ସମେତ ୧୫ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ତିନ ଦିନ ପୂର୍ବରୁ ହିଁ ବଲୁଚିସ୍ତାିନରେ ଏକ ବମ ବିଷ୍ପୋରଣର ଘଟଣା ହୋଇଥିଲା।
#UPDATE Balochistan: Ten persons, including a police officer, killed in a blast inside a mosque in Quetta today. #Pakistan https://t.co/0HwEUJLTMP pic.twitter.com/dsoDAwSmK0
— ANI (@ANI) January 10, 2020