Odiapua.com

ମଲାଇକା ଆରୋରାଙ୍କ କାର ଦୁର୍ଘଟଣା ଗ୍ରସ୍ତ – ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ, ଏପ୍ରିଲ ୦୨ (ଓଡ଼ିଆ ପୁଅ) : ଶନିବାର ଦିନ ଏକ କାର ଦୁର୍ଘଟଣାରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ମୁମ୍ବାଇ ପୁଣେ ଏକ୍ସପ୍ରେସରେ ମଲାଇକାଙ୍କ କାର ଦୁର୍ଘଟଣା ଘଟିଛି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମଲାଇକାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହା ପରେ ତାଙ୍କୁ ମୁମ୍ବାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟଯେ, ଶନିବାର ଅପରାହ୍ନରେ ମଲାଇକା ଆରୋରା ଏକ ଫ୍ୟାଶନ ଇଭେଣ୍ଟରେ ଭାଗ ନେବାକୁ ପୁଣେ ଯାଇଥିଲେ।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଖୋପୋଲି ନିକଟ ମୁମ୍ବାଇ ପୁଣେ ଏକ୍ସପ୍ରେସୱେରେ ମଲାଇକର କାର ଦୁର୍ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ୩୮ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି ଯାହା ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଅଟେ। ଯେଉଁଠାରେ ତିନୋଟି ଯାନ ମୁହାଁମୁହିଁ ଧକ୍କା ହୋଇଥିଲା। ସମସ୍ତ ତିନୋଟି ଗାଡିରେ କ୍ଷତି ଘଟିଛି। ଦୁର୍ଘଟଣାର କିଛି ସମୟ ପରେ ମୋଟର ଚାଳକମାନେ ପଳାଇ ଯାଇଥିଲେ, ପରେ ଅଭିନେତ୍ରୀଙ୍କୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା, ପରେ ଏହି ଦୁର୍ଘଟଣାରେ ଅଭିନେତ୍ରୀଙ୍କର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା, ଖୋପୋଲି ପୋଲିସର ସୂଚନା।