Odiapua.com

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଝିଅ ସହ ମାଆଙ୍କ ଶୋଚନୀୟ ମୃତ୍ୟୁ, ଦୁଇ ଗୁରୁତର

ବଲାଙ୍ଗୀର/କେସିଙ୍ଗା (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କେସିଙ୍ଗା ଥାନା ଅନ୍ତର୍ଗତ ଚାଞ୍ଚେର ଗ୍ରାମ ନିକଟରେ ଜାତୀୟ ରାଜପଥ-୨୬ ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ତିନି ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ କାରରେ ବଲାଙ୍ଗୀର ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇ ଦୁର୍ଘଟଣା ଘଟିଥିଲା। କାରରେ ଥିବା ଦୁଇ ନାବାଳିକା ଶିଶୁଙ୍କ ସହ ତାଙ୍କ ମାଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉକ୍ତ କାରରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ କେସିଙ୍ଗା ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇ ଥିବା ବେଳେ ବଲାଙ୍ଗୀର ଜିଲ୍ଲା ମେଡିକଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ କେସିଙ୍ଗା ପୋଲିସ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛି।