ଆଦ୍ୟ ତା ୦୫/୦୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବାଲେଶ୍ୱର ଜିଲ୍ଲା ବାହାନଗା ରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯାତ୍ରୀମାନଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଏବଂ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କର ଆଶୁ ଆରୋଗ୍ୟ ପାଇଁ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ସମୂହ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର, ପୂର୍ବତନ ନଗରପାଳ ଗୌରହରୀ ପ୍ରଧାନ, ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନାରାୟଣ ସ୍ୱାଇଁ, ପୂର୍ବତନ ଜିଲ୍ଲା କ୍ରୀଡା ସମ୍ପାଦକ ରବିଶଙ୍କର ପ୍ରତିହାରୀ, ବିଜୁ ଛାତ୍ର ଜନତା ଦଳ ନଗର ସଭାପତି ସାଗର ପାତ୍ର, ପୁରୀ ଜିଲ୍ଲା ଛାତ୍ର ସମ୍ପାଦକ ରାଜେଶ ତ୍ରିପାଠୀ, ସମାଜସେବୀ ବଦ୍ରି ମିଶ୍ର, ଶ୍ୟାମପ୍ରକାଶ ସେନାପତି, ପ୍ରସନ୍ନ ମହାପାତ୍ର, ଶଙ୍ଖମିତ୍ର ସିଂହାରୀ, ସୁରେଶ ଚନ୍ଦ୍ର ବାରିକ, ପୂର୍ଣଚନ୍ଦ୍ର ପଟ୍ଟନାୟକ, ବିଶ୍ଵକେତନ ଦାସ, ସନ୍ଧ୍ୟାରାଣୀ ଭଟ୍ଟ, ରୋଜାଲିନ ନାୟକ, ପି. ମୁନି ରାଓ ପ୍ରମୁଖ ଉପସ୍ଥିତ ଥିଲେ।
ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା : ଜଗନ୍ନାଥଙ୍କ ପାଖରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ସମୂହ ପ୍ରଦୀପ ପ୍ରଜ୍ଵଳନ
