Odiapua.com

ମର୍ମଦୁନ୍ତ ଦୁର୍ଘଟଣା ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ,୩ ମୃତ ୩ ଆହତ

ମାଲକାନଗିରି,୨୨ା୮ (ଓଡିଆ ପୁଅ) ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥ ରେ ମର୍ମଦୁନ୍ତ ଦୁର୍ଘଟଣା ଘଟିଛି,ଏମଭି୧୬ ଓ ଏମଭି୧୭ ଗ୍ରାମ ନିକଟ ଜାତୀୟ ରାଜପଥରେ ଏକ ଟ୍ରାକ୍ଟର କୁ ଚିପ୍ସବୋଝେଇ ଟ୍ରକ ଧକ୍କା ଦେବା ଫଳରେ ତିନିଜଣ ଙ୍କର ମୃତ୍ୟୁଘଟିବା ସହିତ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଶନିବାର ରାତ୍ରରେ ଏମଭି୧୬ ଗ୍ରାମ ନିକଟରେ ଏକ ଚିପ୍ସବୋଝେଇ ଟ୍ରାକ୍ଟର ଖରାପ ହୋଇ ଯିବାରୁ ରାସ୍ତାକଡରେ ଠିଆ ହୋଇ ଥିବା ବେଳେ ଆନ୍ଦ୍ରପ୍ରଦେଶ ଗୁଠୁଂର ରୁ ଏକ ସିମେଟଂ ବୋଝେଇ ଟ୍ରକ ମାଲକାନଗରି ଅଭି ମୁଖେ ଆସୁଥିବା ବେଳେ ହଟାତ ସେହି ଟ୍ରାକ୍ଟର କୁ ଧକ୍କାଦେଇଥିଲା, ଘଟଣାସ୍ଥଳରେ ଟ୍ରାକ୍ଟର ରେ ବସିଥିବା ଗୌଡଗୁଡା ଗ୍ରାମର କିଶୋର ଗୌଡ(୩୩)ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଥିଲେ । ଏ ସଂପର୍କରେ ସ୍ଥାନୀୟ ଲୋକ ମାଲକାନଗରି ଥାନାକୁ ଜଣାଇ ବାପରେ ଥାନାଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିଲେ । ମାଲକାନଗିରି ଜିଲ୍ଲା ହସହପିଟାଲରେ ଚିକିତ୍ସା ଧିନ ଅବସ୍ଥାରେ ଗୌଡଗୁଡା ଗ୍ରାମର ଲକ୍ଷ୍‌ମଣ ଗୌଡ(୩୫)ଙ୍କର ମୃତ୍ୟୁ ହୋଇଯାଇଥିଲା ।ଟ୍ରାକ୍ଟର ଚାଳକ ମୁଣ୍ଡାଗୁଡା ଗ୍ରାମର ରୁଦ୍ରନାୟକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ କାଲି ରାତ୍ରରେ କୋରାପୁଟ ହସପିଟାଲକୁ ଉଚତର ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା । ସେ ହସପିଟାଲରେ ପହଁଚିବା ପରେ ତାଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ଥାନା ପୁଲିସ ଟ୍ରକ କୁ ଜବତ କରିବା ସହିତ ଡ୍ରାଇଭର ନରେଶପୁଜାରୀଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛନ୍ତି । ତିନୋଟି ମୃତ ଶରୀର ପୁଲିସ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଛନ୍ତି ।