Odiapua.com

ମର୍ଦ୍ଦକୋଟରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିକା ଶିବିର

କୋଦଳା :୭-୮ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ବେଗୁନିଆପଡ଼ା ବ୍ଳକ ମର୍ଦ୍ଦକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଛାତ୍ରୀ ମାନଙ୍କୁ ନେଇ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ସମାଜରେ ନାରୀ ଅସୁରକ୍ଷିତ। ସେମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ଓ ସୁରକ୍ଷାର କବଚ ତିଆରି କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରୁ ନାହିଁ। ତେଣୁ ନିଜେ ନିଜକୁ ସୁରକ୍ଷା ଦେବା ପାଇଁ ଆତ୍ମ ସୁରକ୍ଷା ଶିକ୍ଷା ପାଇଁ ଏବେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି। ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାଳିକା ତାଲିମ ଶିବିରରେ ମର୍ଦ୍ଦକୋଟ ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଦିପ୍ତି ପ୍ରକାଶ ନାୟକ, ସିଆରସିସି ରବି ନାରାୟଣ ଶତପଥୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସୋମବାର ଠାରୁ ଆରମ୍ଭ ହୋଇ ୮ ଦିନ ଧରି ଚାଲିବାକୁ ଥିବା ଏହି ଶିବିରକୁ ନନ୍ଦିତା ରାଣୀ ବେହେରା ଓ ଲିପିକା ଭୋଇ ପିଇଟି ଶିକ୍ଷୟିତ୍ରୀ ଭାବେ ତାଲିମ୍ ଦେଉଛନ୍ତି। ମୋଟ ୧୦୦ ଜଣ ଛାତ୍ରୀ ଏହି ତାଲିମ୍ ନେଉଥିବା ଏବଂ ଏହି କାର୍ଯ୍ୟକ୍ରମକୁ ସତ୍ୟ ନାରାୟଣ ବାରିକ, କଲ୍ପନା ପାଢୀ, ଓ ସ୍ନେହଲତା ପ୍ରଧାନ ପରିଚାଳନା କରୁଥିବା ଜଣାପଡିଛି।