Odiapua.com

ମରୈଗାଁରେ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ

ହାଟଡ଼ିହି, ୧୨ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁ ଠାରେ ଦ୍ୱିତୀୟ ବାର୍ଷିକ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଛି । ଏଥିପାଇଁ ମରୈଗାଁ ଗ୍ରାମଟି ଚଳଚଞ୍ଚଳ ହୋଇ ଉଠିଛି । ପ୍ରଶାନ୍ତ କୁମାର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାରେ ଆଜି ସକାଳୁ ଘଟ୍ଟୋତ୍ତଳନ କରାଯାଇ ଗ୍ରାମ ପରିକ୍ରମା କରାଯିବାପରେ କଳଶ ଗୁଡିକୁ ପୀଠରେ ସ୍ଥୋପନ କରାଯାଇ ପଣ୍ଡିତ ପତିତ ପାବନ ନନ୍ଦ, ପ୍ରଶାନ୍ତ ପଣ୍ଡା, ବିଜୟ କୁମାର ପାଢ଼ୀ ପ୍ରମୁଖଙ୍କ ଦ୍ୱାରା ପୂଜାକାର୍ଯ୍ୟ ଆରମ୍ଭ କରାଯାଇଛି । ଧୁଶାସନ ସାହୁ ଓ ସୁଶମା ସାହୁ କର୍ତ୍ତା ଭାବେ ପୂଜାରେ ସାମିଲ ହୋଇ ସଂକଳ୍ପ କରିଥିବାବେଳେ ଶ୍ରୀକାନ୍ତ ଦାଶ, ଲକ୍ଷ୍ମୀକାନ୍ତ ଦାଶ, ବୁଦ୍ଧଦେବ ସାହୁ, ବଳରାମ ଦାଶ, ଗୁରିଆ ସାହୁ, ଗୁନ ଜେନା ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ପ୍ରଭଞ୍ଜନ ଦାଶ, ନିର୍ମଳ ବାରିକ, କିର୍ତ୍ତନ ବିହାରୀ ଭୋଳ, ନିର୍ମଳ ମଲ୍ଲିକ, ସୁଦର୍ଶନ ଘଡେଇ, ଦିବ୍ୟଦର୍ଶନ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଆଜି ମାଙ୍କର ସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତାକାଲି ମହାଷ୍ଟମୀ ପୂଜା କରାଯିବ । ଆଜିଠାରୁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।