Odiapua.com

ମରେଇଗାଁ ପଟି ଶିଳ୍ପ ବୁଲି ଦେଖିଲେ ବିଜେପି ରାଜ୍ୟ ସଭାପତି

ହାଟଡ଼ିହି- ୨୪/୨  (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ସମ୍ପାଦକ କାଳନ୍ଦୀ ସାମଲ ପ୍ରମୁଖ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ମରେଇ ଗାଁ ପଟି ଶିଳ୍ପ ବୁଲି ଦେଖିଛନ୍ତି। ବୁଣାକାର ମାନଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କ ପାଖରୁ ଝୋଟ ତିଆରି ସାମଗ୍ରୀ   କିଣିଥିଲେ।  ଏହି ଅବସରରେ ହାଟଡିହି ବ୍ଲକ ବିଜେପି ର କାର‌୍ୟ୍ୟକର୍ତ୍ତା ମାନେ ଛେନାପଦି ଛକରୁ  ସେମାନଙ୍କୁ ସ୍ୱାଗତକରି ଏକ ବାଇକ ରାଲି ମାଧ୍ୟମରେ ମରେଇଗାଓଁ ପର‌୍ୟ୍ୟନ୍ତ ପାଛୋଟି ନେଇଥିଲେ।   ସେଠାରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଙ୍କ ଭୋକାଲ ଫର ଲୋକାଲ ଆହ୍ୱାନ କୁ ସାକାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ ଏବଂ  ସୁବିଧା ବିଷୟରେ ମଧ୍ୟ କାରିଗର ମାନଙ୍କୁ  ସଚେତନ କରାଇଥିଲେ ଆନନ୍ଦପୁର ବିଜେପି ନେତା ଅଲୋକ ସେଠୀ ଙ୍କ ସଂଯୋଜନରେ ହୋଇଥିବା କାର‌୍ୟ୍ୟକ୍ରମ ରେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା,ଜିଲ୍ଲା  ରଷ୍ଟ୍ରୀୟ କିଷାନ ମୋର୍ଚ୍ଚା ର ଉପାଧ୍ୟକ୍ଷ ମହେଶ୍ୱର ସାହୁ ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ ,ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଂଜନ ସାମନ୍ତ ସିଂହାର, , ସୁମତି ଯେନା, ଯଜ୍ଞ ପ୍ରସାଦ, ଦୀପକ ଜେନା,ଟୁକୁନା ମହାନ୍ତ, କୈଳାଶ ସାମଲ, ମଧୁସୂଦନ ରାଉତ , ହରମୋହନ ଶାସିନୀ,ସୁଶାନ୍ତ ଜେନା, ଜଗା ଦେବତା, ବଳଭଦ୍ର ବାରିକ, ଶଶିକାନ୍ତ ରାଉତ, ପ୍ରଶାନ୍ତ ମହାପାତ୍ର,ଟିକି କିସ୍କୁ, ଅଲୋକ ଦାସ, ରାଜେଶ ସେଠି, ତୃପ୍ତିମୟୀ  ଯେନା,ରମାକାନ୍ତ ନାୟକ, ନିରଞ୍ଜନ ବିଶ୍ୱାଳ, ଦଶରଥ ଜେନା, ରମାକାନ୍ତ ସାହୁ, ଗୋପାଳ ସେନାପତି, ଅନନ୍ତ ବେହେରା, ଧନେଶ୍ୱର ରାଉତ, ଅଧର ବେହେରା ,ପବିତ୍ର ଯେନା, ଆଶିଷ ଜେନା, ରମାକାନ୍ତ ଶଙ୍ଖୁଆ, ଉମାକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ