Odiapua.com

ମରୁଡିରୁ ଗ୍ରାମବାସୀଙ୍କୁ ରକ୍ଷାକରିବା ପାଇଁ ବିଷପାନ କରି ଗୁରୁତର ତାନ୍ତ୍ରିକ

ବଲାଙ୍ଗୀର/ଟିଟିଲାଗଡ଼, ୩୦-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ନିରକ୍ଷରତା, ଦାଦନ, ସ୍ୱାସ୍ଥ୍ୟ ସେବା, ଗମନାଗମନ ସମସ୍ୟା ସହ ସବୁପ୍ରକାର ସରକାରୀ ଯୋଜନା ମାନ ଲାଗୁ କରି କୋଟି, କୋଟି ଟଙ୍କା ବ୍ୟୟ ବରାଦ ସତ୍ୱେ ଏବେବି ଲୋକେ ଅନ୍ଧାର ଘେରରେ ରହିଛନ୍ତି। ଏପରି ଏକ ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଟିଟିଲାଗଡ଼ ନିକଟସ୍ଥ ମହୁଲପଡା ଗ୍ରାମର ସନ୍ତୋଷ ବାଗ ନାମକ ଜଣେ ୩୪ ବର୍ଷୀୟ ଯୁବକ ଯିଏକି ତନ୍ତ୍ର ସାଧନା କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପରିଚିତ। ସାମ୍ପ୍ରତିକ ସମୟରେ ବର୍ଷା ନ ହେବା ଓ ବର୍ଷା ହଉ ବୋଲି ଗ୍ରାମରେ ଏକ ପୂଜା ବା ତନ୍ତ୍ର ସାଧନ କରି ପୂଜାପାଠ କରିଥିଲେ। ଏପରି କି ଅନ୍ୟ ଲୋକଙ୍କ ସାମ୍ନାରେ ଯଦି ତୁରନ୍ତ ବର୍ଷା ନ ହୁଏ ସେ ଜୀବନ ଦେଇଦେବି କହିଥିଲେ। ମାଆ କାଳୀ ଙ୍କୁ ଡାକି, ଡାକି ନିରାଶ ହୋଇ ଧରିଥିବା ଏକ କପା ଔଷଧ ପିଇ ଦେଇଥିଲେ। ସେ ଉକ୍ତ ବିଷ ପିଇ ଗୁରୁତର ହୋଇଯାଇଥିବା ରୁ ତୁରନ୍ତ ଗ୍ରାମବାସୀ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ। ଡ଼ଃ ଓଁକାର ହୋତା ତୁରନ୍ତ ଚିକିତ୍ସା ଅରମ୍ଭ କରିଥିବା ବେଳେ ଆବଶ୍ୟକ ହେଲେ ବଲାଙ୍ଗୀର ସ୍ଥାନାନ୍ତରିତ କରିବେ।ଏହି କ୍ରମରେ ଭଗବାନ ଙ୍କ ଉପରେ ଗଭୀର ବିଶ୍ୱାସ ଯେ ଜୀବନ ଦେଇଦେଲେ ପୁନଃ ଜୀବନ ଫେରିଆସିବ। ଏହି ଅନ୍ଧବିଶ୍ୱାସ ଏବେ ବି କେତେକ ସ୍ଥାନରେ ଦେଖାଯାଉଛି।