Odiapua.com

ମରିସସ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

ନୂଆ ଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) ମରିସସ ପ୍ରଧାନମନ୍ତ୍ରୀ ମହାମହିମ ପ୍ରବୀନ୍ଦ ଜଗନ୍ନାଥ ୩୦ ମେ ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିପରିଷଦର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ।

୩୧ ମେ, ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ତାଙ୍କର ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ଜଗନ୍ନାଥ ଶ୍ରୀ ମୋଦୀଙ୍କୁ ପୁନଃ ବହୁମତରେ ବିଜୟୀ ହେବା ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜଗନ୍ନାଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ସମସ୍ତ କ୍ଷେତ୍ରରେ ଭ୍ରାତୃତ୍ୱପୂର୍ଣ୍ଣ ଓ ଚିରସ୍ଥାୟୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଦୁଇ ଦେଶ ତଥା ଭାରତ ମହାସାଗର କ୍ଷେତ୍ରର ଆପୋସ ନିରାପତ୍ତା ଏବଂ ଅଭିବୃଦ୍ଧି ଲାଗି ମିଳିତ ଭାବେ କାର୍ୟ୍ୟ କରିବା ନିମନ୍ତେ ଦୁଇ ନେତା ସହମତ ହୋଇଥିଲେ।