Odiapua.com

ମରିଚାଇପଦାରେ ରଥଯାତ୍ରା ସମ୍ପନ୍ନ

ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ସନ୍ନିକଟ ମରଚାଇପଦା ଠାରେ ଥିବା ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମାରୋହରେ ସମ୍ପନ୍ନ ହୋଇଛି। ପଣ୍ଡିତ ଭକ୍ତ ମୋହନ ତ୍ରୀପାଠି,ପ୍ରସନ୍ନଜିତ ପଣ୍ଡା,ପୃଥିରାଜ ପାଣିଗ୍ରାହି ସକାଳେ ଠାକୁରଙ୍କ ପୂଜାର୍ଚ୍ଚନା ପରେ ଅପରାହ୍ନରେ ପହଣ୍ଡି ବିଜେ କରାଯାଇଥିଲା। ସମାଜସେବୀ ହରମୋହନ ପଣ୍ଡା ଛେରା ପହଁରା କରିଥିଲେ। ଠାକୁରଙ୍କୁ ରଥାରୂଢ କରାଯିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଘଂଟ ଘଂଟା,ସଂକୀର୍ତନ,ହୁଳହୁଳି ଏବଂ ହରିବୋଲ ଧ୍ୱନିରେ ରଥ କାନପୁରସ୍ଥିତ ମାଉସୀ ମା ମନ୍ଦିର ପହଂଚି ଥିଲା। ମରଚାଇପଦା,କାନପୁର ଓ ନିଉଦାଣୀ ଗ୍ରାମବସୀ ସୁରେନ୍ଦ୍ର କୁମାର ସା, ରମେଶ ଚନ୍ଦ୍ର ରାଉତ,ଫକୀର ଚରଣ ବେହେରା,ଅଜିତ କୁମାର ରାଉତ,ସଙ୍ଖାଳି ଚରଣ ରାଉଳ,ହେମନ୍ତ କୁମାର ବିଶ୍ୱାଳ,ବିଶୁ ଭୂଷଣ ରାଉଳ,ଅକ୍ଷୟ ବେହେରା,ଗୁଣାକାର ପେଡା,ଆନ୍ଦ ଚନ୍ଦ୍ର ରାଉତ,ଗୋପାଳ ଚନ୍ଦ୍ର ପେଡା,ଗୋବର୍ତନ ରାଉତ ପ୍ରମୁଖଙ୍କ ସହଯୋଗରେ ସୋସୋ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।