Odiapua.com

ମମିତା ହତ୍ୟାକାଣ୍ଡ: ନିମାପଡାରେ ବିଜେପିର ବିକ୍ଷୋଭ

ପୁରୀ୮-୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ନିମାପଡା ପୁରୁଣା ବସଷ୍ଟାଣ୍ଡ ନିକଟରୁ ରାଜ୍ୟ ବିଜେପି ଉପ ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଦିଲ୍ଲୀପ ନାୟକଙ୍କ ନେତୃତ୍ତ୍ୱରେ ଶତାଧିକ ଦଳୀୟ କର୍ମୀ ଶୋଭାଯାତ୍ରାରେ ବାହାରି ନବୀନ ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ବ୍ଲକ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଶିକ୍ଷୟତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କରଙ୍କ ଇସ୍ତଫା ଓ ଗିରଫ ଦାବି କରି ଦଳ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ବିକ୍ଷୋଭ କାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଦିବ୍ୟ ଶଙ୍କର, ମନ୍ତ୍ରୀ ପ୍ରତାପ ଜେନା ଓ ମନ୍ତ୍ରୀ ସମୀର ଦାଶଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।