Odiapua.com

ମମିତା ମେହେର ହତ୍ୟା ମାମଲାରେ ବିଜେପିର ଜୋରଦାର କୋକେଇ ଶୋଭାଯାତ୍ରା ଓ ପ୍ରତିବାଦ

ବଲାଙ୍ଗୀର ୨୬-୧୧ (ଓଡ଼ିଆ ପୁଅ) : ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଆଜି ଜୋରଦାର ପ୍ରତିବାଦ କରିଛି ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା। ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱରେ ମହିଳା କର୍ମୀ ମାନେ ଏସ୍ ପି ଅଫିସ ସାମ୍ନାରୁ କଚେରୀ ଛକ ପର୍ଯ୍ୟନ୍ତ କୋକେଇ ଶୋଭାଯାତ୍ରା କରିଥିଲେ।

ମୁଖ୍ୟମନ୍ତ୍ରୀ ତୁରନ୍ତ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଥିଲା। ଏହି ଶୋଭାଯାତ୍ରା ରେ ଶତାଧିକ ମହିଳା କର୍ମୀ ଏକାଠି ହୋଇ ନାରାବାଜି କରିଥିଲେ। ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସମେତ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପଙ୍କଜିନୀ ପଣ୍ଡା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ରଜିଂତା ପାଣିଗ୍ରାହୀ, ସଞ୍ଜୁ ନାୟକ, ସରିତା ଯୋଷୀ, ରଶ୍ମିରେଖା ଦାନୀ, ବାସନ୍ତୀ ଜେନା, ଅନୁଛାୟା ବାବୁ, ଶଶ୍ମିତା ବେହେରା, ସୌଦାମିନି ମିଶ୍ର, ଅନିତା ମିଶ୍ର, ଅଞ୍ଜନା ଭୋଇ, ସୁଲୋଚନା ମଲ୍ଲିକ, ଗାୟତ୍ରୀ ଦାସ, ନିଲାଦ୍ରୀ ଖରସେଲ, ବର୍ଷା ବଗର୍ତ୍ତୀ, କୁମୁଦିନୀ ରଣା, ଭଗବତୀ ଧରୁଆ, ଦେବକୀ ତାଣ୍ଡି, ସବିତା ସରାପ୍, ଚିତ୍ତ ମିଶ୍ର, ଦୀନେଶ ଶର୍ମା, ପିତାମ୍ବର ଖମାରୀ, ଅଜୟ ଶର୍ମା, ସନ୍ତୋଷ ସାହୁ, ଆଶିଷ ଦୋରା, ଧର୍ମେନ୍ଦ୍ର ଅଗ୍ରୱାଲ, ଦୟା ପାତ୍ର ଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ରହି ମମିତା ମେହେରଙ୍କୁ ନ୍ୟାୟ ଦାବି କରିଥିଲେ।