Odiapua.com

ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ, ବିଧାନସଭା ଘେରିବାକୁ ଭଦ୍ରକରୁ ଯିବେ ୧ହଜାର ଛାତ୍ର କଂଗ୍ରେସ

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେଡ଼ି ସରକାର ସମମୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ହତ୍ୟା, ଛିନ୍‌ତାଇ,ଲୁଣ୍ଠନ, କଳାବଜାରୀ ଭଳି ସବୁ ଘୋଟାଲା ବିଜେଡ଼ି ସରକାର ସମୟରେ ହିଁ ହେଉଛି । ମମିତା ମେହେର ହତ୍ୟାକଣ୍ଡର ହତ୍ୟାକାରୀ ସିଧା ସଳଖ ବିଜେଡ଼ି ଦଳ ହିତ ସଂପୃକ୍ତି ରହିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଏହାର ପ୍ରଚ୍ଛଦପଟ୍ଟରେ ରହିଛନ୍ତି । ମାତ୍ର ବିଜେଡ଼ି ସରକାର ତଥା ବିଜେଡ଼ି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଘଣ୍ଟ ଘୋଡାଇ ହତ୍ୟା ଭଳି ଜଘନ୍ୟ ଘଟଣାକୁ ପ୍ରୋତ୍ସାହିତ କରୁଛନ୍ତି । ଏହାକୁ ପ୍ରତିବାଦ କରି ରାଜ୍ୟର ଛାତ୍ର କଂଗ୍ରେସ ଆସନ୍ତା ୧୦ ତାରିଖରେ ବିଧାନସଭା ଘେରାଓ କରିବ । ଏଥି ନିମନ୍ତେ ଭଦ୍ରକ ଜିଲ୍ଲାରୁ ୧ ହଜାର ଛାତ୍ର ଭୁବନେଶ୍ୱର ଯିବେ ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ଛାତ୍ର କଂଗ୍ରେସ ସଭାପତି ସୌମ୍ୟରଂଜନ ବାରିକ କହିଛିନ୍ତି । ଆଜି ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯିବା ସହ କ୍ଷୋଭ ପ୍ରକଟ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବନେତା ହେମନ୍ତ ମହାପାତ୍ର, ବିଜୟ ବାରିକ, ସେକ୍ ଜିକୁଙ୍କ ସହିତ ଅନ୍ୟ ଛାତ୍ର ଓ ଯୁବନେତାମାନେ ଉପସ୍ଥିତ ଥିଲେ ।