Odiapua.com

ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ହରିଚନ୍ଦନପୁର ବିଜେପି ପକ୍ଷରୁ ବ୍ଲକ ଘେରାଉ ସହ କୁଶପୁତ୍ତଳିକା ଦାହ

ହରିଚନ୍ଦନପୁର, ତା ୧୧ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବିଜେପି ପକ୍ଷରୁ ଗୁରୁବାର ଦିନ ସ୍ଥାନୀୟ ବ୍ଲକ ଘେରାଉ କରାଯାଇଥିବା ସହ କାର୍ଯ୍ୟାଳୟ ସମ୍ମୁଖରେ ଗୃହ ରାଷ୍ଟ୍ର ମନ୍ତ୍ରୀ, ଆଇନମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ସହ ହତ୍ୟା ଘଟଣାକୁ ନେଇ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଓ ସୁରକ୍ଷା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ଏଥିସହ ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ଗାଡି ଉପରକୁ ବୋମା ମାଡ଼ ଘଟଣାରେ ମୁଖ୍ୟ ଆସମୀକୁ ଗିରଫ ଦାବି ହୋଇଛି । ଦଳୀୟ ନେତା ଓ କର୍ମୀମାନେ ମମିତା ମେହେରଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ସହ ଇସ୍ତଫା ଦାବି କରିବା ସହ କୁଶପୁତଳିକା ଦାହ କରିଥିଲେ l ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ବ୍ଲକ ବିଜେପି କାର୍ଯ୍ୟାଳୟରୁ ଶତାଧିକ ବିଜେପି କର୍ମୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ମନ୍ତ୍ରୀଙ୍କ ଗିରଫ ଦାବିରେ ହରିଚନ୍ଦନପୁର ଥାନା ଅଧିକାରିଣୀ ସସ୍ମିତା ଦେବତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା କରି ବ୍ଲକ ଘେରାଉ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ରାଜ୍ୟ ସରକାରକୁ କଟୁ ସମାଲୋଚନା କରିବା ସହିତ ବିଜେଡ଼ି ସରକାର ସମୟରେ ମା’ ମାନେ ଅସୁରକ୍ଷିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଶିକ୍ଷାନୁଷ୍ଠାନ ଭଳି ପବିତ୍ର ସ୍ଥାନରେ କୁକର୍ମ କରିଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୁଖ୍ୟମନ୍ତ୍ରୀ ନୈତିକତା ଭୁଲି ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି। ଏଣୁ ଯଥାଶୀଘ୍ର ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ବହିଷ୍କାର ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କର୍ମକର୍ତ୍ତାମାନେ ଦାବି କରିଥିଲେ । ବ୍ଲକ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅନନ୍ତ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା , ମହିଳା ମୋର୍ଚ୍ଚା ମମତା ସିଂ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସବିର ଦାସ, ଜିଲ୍ଲା ସମ୍ପାଦକ ଦୀପକ ଜେନା, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ମାନସ ନାଏକ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ କୈଳାଶ ନାଏକ, ମଣ୍ଡଳ ସଭାପତି ଅଶୋକ କୁମାର ବେହେରା, ସୁଶାନ୍ତ କୁମାର ମହାନ୍ତ, ଜୟକୃଷ୍ଣ ମହାନ୍ତ, ହୃଷିକେଶ ମହାନ୍ତ, ପ୍ରତାପ ସାହୁ, ପଙ୍କଜ ସାହୁ, ଚତୁର୍ଭୁଜ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।