Odiapua.com

ମମତା ଦିବସର ସମୀକ୍ଷା ବୈଠକ

ପୁରୀ, ୧୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜିଲ୍ଲାରେ ଗର୍ଭବତୀ ପ୍ରସୁତି ମା’ ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯତ୍ନ ଉପରେ ଗୁରୁତ୍ୱ ଦେବା ସଂକ୍ରାନ୍ତିୟ ମମତା ଦିବସ ସମୀକ୍ଷା ବୈଠକ ଜଗନ୍ନାଥବଲ୍ଲଭ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ୱସ୍ଥ୍ୟ ସମିତି ଦ୍ୱାରା ଆଯୋଜିତ ବୈଠକରେ ଜିଲ୍ଲାପାଳ ବଲବନ୍ତ ସିଂ ଅଧ୍ୟକ୍ଷତା କରିଥିଲେ। ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଦିନ ଅଙ୍ଗନବାଡ଼ି କେନ୍ତ୍ରରେ ଏହି ମମତା ଦିବସ ପାଳିତ ହେଉଛି। ପ୍ରତ୍ୟେକ ବ୍ଲକରେ ବିଭାଗୀୟ କର୍ମଚାରୀ ମାନଙ୍କୁ ତାଲିମ ଦିଆଯିବ। କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ସୁଜାତା ମିଶ୍ର, ଏଡ଼ିଏମଓ ଡ଼ଃ. ଦେବୀ ପ୍ରସାଦ ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳୀ ମହାପାତ୍ର, ଡ଼ିପିଏମଟି ନାରାୟଶ ରାଓ, ମେଡ଼ିକାଲ ଅଧିକାରୀ, ସିଡ଼ିପିଓ, ଅଙ୍ଗନବାଡ଼ି ଓ ସ୍ୱସ୍ଥ୍ୟ ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ।