Odiapua.com

ମନ୍ଦିର ପୂଜକଙ୍କୁ ମାରଣାନ୍ତକ ଆକ୍ରମଣ

ବାହାନଗା,୨୫ା୫(ଭାରତୀ ଦାସ, ଓଡ଼ିଆପୁଅ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ଅଧିନ ସାଉଡ଼ ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା । ମନ୍ଦିର ପୂଜକଙ୍କୁ ହୋଇଛି ମାରଣାନ୍ତକ ଅକ୍ରମଣ । ଫଳରେ ପୂଜକ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଏହି ବ୍ଲକ ସାଉଡ଼ ପଞ୍ଚାୟତର ତ୍ରିକୂଟଶ୍ୱେର ମହାଦେବ ମନ୍ଦିରର ପୂଜକ କମଳା କାନ୍ତ ପଣ୍ଡାଙ୍କୁ ମନ୍ଦିରରରୁ ପୂଜା କରି ବାହାରୁଥିବା ସମୟରେ ସେହି ଗ୍ରାମର ଜଣେ ଯୁବକ ଶୁକଦେବ ବାରିକ ଏକ ଧାରୁଆ ଅସ୍ତ୍ରରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା େ ସଙ୍ଗେସଙ୍ଗେ ସେଠାରେ ପଡ଼ି ଯାଇଥିଲେ । ପାଖରେ ଥିବା ଗ୍ରାମବାସୀ ଓ ଅନ୍ୟ ପୁଜକଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସାଉଡ଼ ଡାକ୍ତର ଖାନା ଓ ପରେ ବାଲେଶ୍ୱର ସଦର ହସପିଟାଲକୁ ପଠା ଯାଇଥିଲା । ଖବର ପାଇ ସାଉଡ଼ ବିଟ ହାଉସ ଓ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି କାରଣ ପଚରା ଉଚୁରା କରିଥିଲେ । ପ୍ରକାଶ ଥାଉକି ପୂଜକ ପଣ୍ଡା ଏକ ନିର୍ଦ୍ଦିଷ୍ଟ ଦଳରୁ ଜିଲ୍ଲାପରିସଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଭାବେ ରହି ଆସିଥିଲେ । ଏବେ ମଧ୍ୟ ତାଙ୍କର ସ୍ତ୍ରୀ ସରପଞ୍ଚ ଭାବେ ସାଉଡ଼ ପଞ୍ଚାୟତରୁ ନିର୍ବାଚିତ ହୋଇ ଦାୟିତ୍ୱରେ ଅଛନ୍ତି ।