Odiapua.com

ମନ୍ଦିର ପୁଜକଙ୍କ ଘରୁ ଠାକୁରଙ୍କ ସୁନା ରୁପା ଗହଣା,ଦେଢ ଲକ୍ଷ ଟଙ୍କା ଚୋରି ଅଭି ଯୋଗରେ ୬ଜଣ ଯୁବକ ଗିରଫ

ମାଲକାନଗିରି,୧୨ା୭ (ଓଡିଆ ପୁଅ )କରୋନା ମହାମାରି ସମୟରେ ମାଲକାନଗରି ଜିଲ୍ଲାରେ ଚୋରି ଡକାୟତି ବଢିଚାଲିଥିବା ବେଳେ ଏକ ଚୋରଦଳଙ୍କୁ ପୁଲିସ ଗିରଫକରି ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏମିତି ଏକ ଚୋରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ଥାନାସ୍ଥ ଗୁଟାଗୁଡା ଗ୍ରାମରେ । ଗୁଟାଗୁଡା ଗ୍ରାମର ତାରିଣୀ ମନ୍ଦିର ପୂଜକ ନନ୍ଦାରାମ ନୁପା ଙ୍କ ଘରେ ଗତ ୯ତାରିଖ ମଧ୍ୟ ରାତ୍ରରେ କିଛି ଚୋରପସି ଆଲମିରା ଖୋଲି ସେଥିରେ ଥିବା ପ୍ରାୟ ତିନିଲକ୍ଷ ଟଙ୍କାର ମା ତାରଣି ଠାକୁରାଣୀ ଙ୍କର ସୁନା ରୁପାଗହଣା ସହିତ ନଗଦ ଦେଢଲକ୍ଷ ଟଙ୍କା ନେଇପାଳାଇଥିଲେ । ଖଡଖାଡ ଶଦ୍ଧଶୁଣି ଗୃହକର୍ତାଙ୍କ ଝିଆରୀ ଉଠି ଦେଖିବା ବେଳକୁ ଆଲମିରା ଶୂନ୍ୟହୋଇ ଯାଇଛି, ସେ ସଙ୍ଗେ ସଙ୍ଗେ ଡାକପକାଇଥିଲା ,ପରିବାର ଲୋକେ ଓ ଗ୍ରାମବାସୀ ମାନେ ରୁଣ୍ଡହୋଇ ଚୋରଙ୍କୁ ବହୁତ ଖୋଜା ଖୋଜି କଲାପରେ ପାଇନଥିଲେ । ଗାଁ ଦାଣ୍ଡରେ ଚୋରମାନେ ଓଡି୩୦୪୯୫୬ ଏକ ହିରୋ ଗ୍ଲାମୋର ମଟର ସାଇକେଲ ଛାଡିପଳାଇଥିଲେ । ତାପରଦିନ ସକାଳୁ ୧୦ତାରିଖରେ ଏ ସଂପର୍କରେ ନନ୍ଦା ରାମ ପଡିଆ ଥାନାରେ ଏତଲା ଦେଇଥିଲେ ।ପଡିଆ ଥାନାଅଧିକାରୀ ପ୍ରଶାନ୍ତ କୁମାର ନିଶାକ,ଏସଆଇ ହରିଚନ୍ଦ୍ର ଗୋଲରୀ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଥିଲେ । ପଡିଆ ଥାନା କେସ ନମ୍ବର୪୧/୨୦୨୧ ରେ ମାମଲା ରୁଜୁକରି ପୁଲିସ ବିଭିନ୍ନ ସ୍ଥାନରେ ଛାପା ମାରି ପଡିଆ ଅଚଂଳରୁ ୬ଜଣ ଯୁବକଙ୍କୁ ଚୋରି ଅଭିଯୋଗରେ ଗିରଫ କରିବା ସହିତ ସେମାନଙ୍କ ଠାରୁ ଚୋରି ହୋଇଯାଇଥିବା ସୁନା,ରୁପା ଗହଣା ଓ ନଗଦ୧୭ହଜାର ଟଙ୍କା ସହ ଦୁଇଟି ମଟର ସାଇକେଲ ଜବତ କରିଛନ୍ତି । ଆଜି ଏସଡିପିଓ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପୁଲିସ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରି ଗିରଫ ଚୋର ମାନଙ୍କୁ ଓ ଉଦ୍ଧାର ଗହଣାକୁ ପ୍ରଦର୍ଶନ କରିଥିଲେ । ଏହି ଚୋରି ରେ ୮ଜଣ ସାମିଲ ଥିବା ବେଳେ ୬ଜଣଙ୍କୁ ଗିରଫ କରାଯାଇଛି ଅନ୍ୟ୨ଜଣଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।