Odiapua.com

ମନ୍ଦିରରେ କଳାକନା ବୁଲାଇଲେ ଚୋର

ଅନୁଗୁଳ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ମନ୍ଦିରରୁ ଚୋରି କରି କଳାକନା ବୁଲାଇଛନ୍ତି ଚୋର । ଆଜ୍ଞା ହଁ, ଏହି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ବ୍ରାହ୍ମଣବିଲ୍ ଗାଁର ବରାଳ ବାଲୁଙ୍କେଶ୍ୱର ମନ୍ଦିରରେ ଘଟିଛି ।  ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ବାକ୍ସରୁ ଚୋରି କରିଥିବା ସୂଚନା ମିଳିଛି । ପରେ ଆଜି ସକାଳେ ନନା ପୂଜା କରିବା ପାଇଁ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିରର ଦାନବାକ୍ସ ନଥିବା ଦେଖିବାକୁ ପାଇଥିଲେ । ପରେ ଗ୍ରାମବାସୀ ଏହା ଜାଣି ଥାନାରେ ଅଭିଯୋଗ କରିଛନ୍ତି ।