Odiapua.com

ମନ୍ଦିରକୁ ନେଇ ରାଜନୀତି ବନ୍ଦ ହେଉ – ସି.ପି.ଆଇ.(ଏମ୍‌)

ଭୁବନେଶ୍ୱର ୭/୩ (ଓଡ଼ିଆ ପୁଅ) ପୁରୀ ଜଗନ୍ନାଥ ମନ୍ଦିରର ରୋଷେଇ ଘର ଚୁଲି ଭାଙ୍ଗିବା ଘଟଣାକୁ ନେଇ ବିଜେପି ଓ ବିଜେଡି ପକ୍ଷରୁ ବାକ୍ ଯୁଦ୍ଧ ବିବୃତ୍ତି ଓ ପ୍ରତିବାଦର ପୂର୍ଣ୍ଣଛେଦ ନ ପଡୁଣୁ, ପୁଣି ଲିଙ୍ଗରାଜ ମନ୍ଦିରର ଅଧ୍ୟାଦେଶକୁ ନେଇ ତର୍କ-ବିତର୍କ ଆରମ୍ଭ ହୋଇ ଯାଇଛି।

୨୦୨୦ ମସିହାରେ ଓଡିଶା ସରକାର ଆଣିଥିବା ଅଧ୍ୟାଦେଶକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ରୋକ’ ଲଗାଇ ଦିଆଯାଇଛି। ଓଡିଶା ପ୍ରତି କେନ୍ଦ୍ର ସରକାର ପାତର – ଅନ୍ତର କରୁଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଅଭିଯୋଗ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଧ୍ୟାଦେଶ ଆଇନ୍‌ର ବିରୁଦ୍ଧାଚରଣ କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି।

ଏହାକୁ ନେଇ ଗଣମାଧ୍ୟମ ଖବର କାଗଜରେ ତୁମ୍ଭି ତୋଫାନ ଉଠିଛି।

ଦରବୃଦ୍ଧି, ବେକାରୀ ଭଳି ଗଣ ସମସ୍ୟା ସାଙ୍ଗକୁ ଦାରିଦ୍ରତା ଓଡିଶାର ଜନସାଧାରଣଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଶାସକ ଦଳଗୁଡିକ ଏହି ସମସ୍ୟାରୁ ଦୃଷ୍ଟି ଆଡେଇବା ପାଇଁ ଲୋକଙ୍କ ସରଳ ଧର୍ମ ବିଶ୍ୱାସ ନେଇ ରାଜନିତୀ ଚଳାଇଛନ୍ତି। ସି.ପି.ଆଇ.(ଏମ୍‌) ଜନଗଣଙ୍କ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଦାବି କରିଛି।