ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ , ଗର୍ଭବତୀ, କିଶୋରୀ ଓ ପ୍ରସୂତି ମାଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଛତୁଆ, ବାଦାମ ଲଡୁ, ସୁଜି , ମୁଢ଼ି ,ବେସନ, ସୁଲା , ଖଜୁରୀ ସମେତ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କରି ବଣ୍ଟନ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥାଏ। ବନ୍ତ ବ୍ଲକରେ ରାଜ୍ୟ ସରକାରଙ୍କ ତରଫରୁ ଛତୁଆ, ବାଦାମ ଲଡୁ, ସୁଜି , ମୁଢ଼ି ବେସନ, ସୁଲା , ଖଜୁରୀ ଆଦି ଖାଦ୍ୟ ପ୍ରସ୍ତୁତ ପୂର୍ବକ ବଣ୍ଟନ ଦାୟିତ୍ୱ ଆଳମଙ୍ଗାର ମା ମନ୍ତ୍ରବାସୁଳୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି। ଏହି ମନ୍ତ୍ରବାସୁଳୀ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୧୫ ବର୍ଷରୁ ଉର୍ଦ୍ଧ ହେବ ଦାୟିତ୍ୱରେ ଥିବା ବେଳ ବିଭିନ୍ନ ଅଭିଯୋଗ ଆସିବା ପରେ ପ୍ରଶାସନ ପକ୍ଷରୁ ଏହି ସ୍ୱୟଂ ସହାୟକ ଗୋଷ୍ଠୀକୁ କିଛି ମାସ ପାଇ ଦାୟିତ୍ୱରୁ ନିବୃତ୍ୱ ରଖାଯାଇଥିଲା। ପରେ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ବନ୍ତ ବ୍ଲକ ବଣ୍ଟନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଛଅ ମାସ ପରେ ଦୁଇଟିସ୍ୱୟଂ ସହାୟକ ଗୋଷ୍ଠୀକୁ କାଟି ପୁର୍ନବାର ମନ୍ତ୍ରବାସୁଳୀସ୍ୱୟଂ ସହାୟକ ଗୋଷ୍ଠୀ ଦାୟିତ୍ୱ ନେଇଛି । ଏବେ ମଧ୍ୟ ମାଳ ମାଳ ଅଭିଯୋଗ ଆସିଛି ଏହି ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ। ହଳଦୀ କଲର ଜରିପ୍ୟାକ ଥିବା ଛତୁଆରେ ଗହମ ୨.୫ କିଗ୍ରା, ବୁଟ ୫୦୦ ଗ୍ରାମ, ଚିନା ବାଦାମ ୩.୭୫ ଗ୍ରାମ, ଚିନି ୬.୨୫ ଗ୍ରାମ ମିଶ୍ରିତ ହୋଇ ଛତୁଆ ୪ କି ଗ୍ରା ପ୍ରସ୍ତୁତ ହେବା ପାଇ ରାଜ୍ୟ ସରକାରଙ୍କ ତରଫରୁ ନିୟମ ଅଛି। ବନ୍ତ ବ୍ଲକରେ ଦାୟିତ୍ୱରେ ଥିବା ମନ୍ତ୍ରବାସୁଳୀ ସ୍ୱୟଂ ସହାୟକ ଗୋଷ୍ଠୀ ୪ କେଜି ଛତୁଆ ଦେବା ବଦଳରେ ୩ କେଜି.୪୯୦ ଗ୍ରାମ ଛତୁଆ ପ୍ରଦାନ କରୁଛି। ଏହା ସହିତ ଏହାର ମାନ ନିମ୍ନମାନର ଥିବା ସହିତ ଖାଇବା ଅନୁପଯୋଗୀ ବୋଲି ଅଭିଯୋଗ ଆସିଛି। ସୁଜି, ବେଶନରେ ଲମ୍ବା ଧଳା ପୋକ, ବାଦାମ ଲଡୁରେ ପୋକୁରା ବାଦାମ ବ୍ୟବହାର , ମୁଢ଼ିରେ ବାଲି ବାହାରୁଥିବା ବେଳେ ପୋକୁରା ସୁଲା, ନିମ୍ନ ମାନର ଖଜୁରୀ ପ୍ରଦାନ ନେଇ ସାଧାରଣରେ ଅଭିଯୋଗ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର ମାଣ୍ଡିଆ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ମାଣ୍ଡିଆ ଦେଉନାହିଁ । ଏହି ଖାଦ୍ୟକୁ ଛୋଟ ଛୁଆ, ଗର୍ଭବତୀ ,ପ୍ରସୂତି ମା, କିଶୋରୀ ଖାଇପାରୁନାହାନ୍ତି । ଏହି ମନ୍ତ୍ରବାସୁଳୀ ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ଆଗରୁ ଅନେକବାର ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କଣ ପାଇ ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା। ଏହି ବିଷୟରେ ବିଭାଗୀୟ ଅଧିକାରୀ କଣ ପାଇଁ ଜାଣିଶୁଣି ଚୁପ୍ ରହୁଛନ୍ତି । ଏହି ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ବହିସ୍କାର ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ବନ୍ତ ବ୍ଲକ ସିଡିପିଓ ଙ୍କୁ ଏହି ଘଟଣା ବିଷୟରେ ପଚାରିବାରୁ ବିଭିନ୍ନ କଥା କହି ଆଡେଇ ଦେଇଥିଲେ। ପୁର୍ନବାର କହିବାରୁ ତଦନ୍ତ କରାଯିବ ସତ୍ୟା ସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।