ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ମନ୍ତ୍ରବାସୁଳୀ ଉନ୍ନୀତ ମଧ୍ୟ ଇଂରାଜୀ ସ୍କୁଲର ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଜାନୁଆରୀ ୨୯ ଓ ୩୦ ଦୁଇଦିନ ବ୍ୟାପୀ ବାର୍ଷିକ କ୍ରୀଡ଼ା ଉତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ଓଝାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବୋଡ଼କ ପଂଚାୟତର ସରପଂଚ ପ୍ରତିନିଧି ବିଷ୍ଣୁ ମୋହନ ଜେନା ଉତ୍ସବକୁ ଉଦଘାଟନ କରିଥିଲେ। ୱାର୍ଡର ସଭ୍ୟ ରଞ୍ଜନ କୁମାର ପାଣ୍ଡବ ଓ ବୁଦ୍ଧିଜୀବୀ ରବୀନ୍ଦ୍ର କୁମାର ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ବିଜୟୀ କ୍ରୀଡା ପ୍ରତିଯୋଗୀଙ୍କୁ ସୁନେଲି ପଦକ ଓ ପ୍ରମାଣପତ୍ର ଅତିଥିମାନେ ପ୍ରଦାନ କରିଥିଲେ।ପ୍ରତିଦିନ ନିମନ୍ତ୍ରିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଖେଳକୁଦ ସମାରୋହରେ ଶିଶୁବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୪ ଗୋଟି ଇଭେଂଟକୁ ପରିଚାଳନା କରିଥିଲେ ସ୍କୁଲର ଶିକ୍ଷକ ବିବେକାନନ୍ଦ ଦାସ, ଖେଳ ଶିକ୍ଷକ ନୃସିଂହ କୁମାର ତ୍ରିପାଠୀ, ଶର୍ମିଷ୍ଠା ସେନାପତି, ଶାସ୍ୱତୀ ସୌମ୍ୟା ଓ ଶୋଭାମୟୀ ମିଶ୍ର ପ୍ରମୁଖ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମଧ୍ୟରେ ଅନୁଷ୍ଠିତ ୨୪ଟି ଇଭେଂଟକୁ ପରିଚାଳନା କରିଥିଲେ।ମୋଟ ୭୨ ଜଣ ବିଜୟୀ ପ୍ରତିଯୋଗୀଙ୍କୁ ସୁନେଲି ପଦକ ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସିଆରସିସି ଭାଗୀରଥି ତ୍ରିପାଠୀ, ବଂଶୀଧର ଦାସ, ମନୋଜ କୁମାର ବେହେରା, ବୁଦ୍ଧିରାମ ପାଣ୍ଡବ, ପୂର୍ଣ୍ଣଚନ୍ଦ୍ର ପାଣ୍ଡବ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ଓଝାଙ୍କ ପ୍ରଚେଷ୍ଟାରେ ସ୍କୁଲ ସଫଳତାର ପାହାଚ ପରେ ପାହାଚ ଡେଇଁ ଚାଲିଛି । ନିକଟରେ ପ୍ରଧାନଶିକ୍ଷକ ସରୋଜ ସାରଙ୍କ ଉଦ୍ୟମରେ ବିଦ୍ୟାଳୟ ‘ପ୍ରକୃତିମିତ୍ର’ ପାଇ ପ୍ରଶଂସିତ ହୋଇଛି ।