Odiapua.com

ମନୋଜ ସାହୁ ଆଥ୍‌ଲେଟିକ୍ ଲେଭେଲ-୧ କୋଚ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର କ୍ରୀଡା ଜଗତର ସୁପରିଚିତ କୋଚ, ଆଥ୍‌ଲେଟ୍‌, ରେଫେରୀ ତଥା କ୍ରୀଡା ସଂଗଠକ ଭାବରେ ବେଶ୍ ପରିଚିତ ଥିବା ମନୋଜ କୁମାର ସାହୁ ଆଉ ଏକ ପାଦ ଆଗକୁ ଆଗେଇଛନ୍ତି । ସେ ଭାରତୀୟ ଆଥ୍‌ଲେଟିକ୍ ଫେଡେରେସନ ଆନୁକୁଲ୍ୟରେ ପରୀକ୍ଷା ଦେଇ ଆଥ୍‌ଲେଟିକ୍ ଲେଭେଲ- ୧ କୋଚରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ଦକ୍ଷତା ହାସଲରେ ସେ ଭଦ୍ରକ ଜିଲ୍ଲାର ଏକମାତ୍ର କୋଚ । ମନୋଜ ସାହୁ ଭଦ୍ରକ ଜିଲ୍ଲାର କ୍ରୀଡା ପ୍ରତିଭା ବିକାଶ ଦିଗରେ ବହୁ କାର୍ଯ୍ୟ କରିଛନ୍ତି । ତାଙ୍କ ଅଧିନରେ ବାସ୍କେଟବଲ, ଖୋଖୋ, କବାଡି, ରୋଲ୍‌ବଲ, ଟେବୁଲ ଟେନିସ୍‌, ଆଥ୍‌ଲେଟିକ୍‌, କ୍ରିକେଟ ଆଦି କ୍ରୀଡାର ବହୁ ପ୍ରତିଭା ପ୍ରଶିକ୍ଷଣ ନେଇ ଜାତୀୟ ଅର୍ନ୍ତଜାତୀୟ ସ୍ତରରେ ଖେଳିଛନ୍ତି । ସେମାନଙ୍କ ମଧ୍ୟରେ ସୁଦର୍ଶନ ପାତ୍ର, ଗୋବର୍ଦ୍ଧନ ପାତ୍ର, କ୍ଷମାସାଗର ବଳ, ସତ୍ୟକାମ ଭରଦ୍ୱାଜ, ପ୍ରଜ୍ଞାପାରମିତା ସାମଲ, ଶୁଭଶ୍ରୀ ସାହୁ, ପୁଷ୍ପାଞ୍ଜଳି ପ୍ରଧାନ, ଚନ୍ଦ୍ରଶେଖର ଟୁଡୁ, ଅସ୍ମିନ ବାରିକ, ଅଟଳ ବିହାରୀ ବାରିକ, ଶ୍ରୀକାନ୍ତ ଜେନା, ଶୁଭ୍ରଜିତ ଦାସ, ମଧୁସ୍ମିତା ଜେନା, ସୁଇଟ୍ ସ୍ମିତା, ଶିବ ଚରଣ ସୌରଭ, ଶୁଭଙ୍କର ପି. ଖିଲାର ପ୍ରମୁଖ ଆଥ୍‌ଲେଟିକ, କ୍ରିକେଟ, ବାସ୍କେଟବଲ, ହ୍ୟାଣ୍ଡବଲ, ରୋଲର ସ୍କେଟିଂ ଆଦି କ୍ରୀଡାରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖେଳି ବେଶ୍ ସୁନାମ ଅର୍ଜନ କରିଛନ୍ତି । ମନୋଜଙ୍କର ଏହି ସଫଳତା ନେଇ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନ ପକ୍ଷରୁ ସମ୍ପାଦକ ଧିରେନ ପଲେଇ, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ଉପଦେଷ୍ଟା ବିଜୟ କୁମାର ଜେନା, ରାଇମୋହନ ମହାପାତ୍ର, କ୍ରିକେଟ ଆସୋସିଏସନର ସଭାପତି ଉପେନ୍ଦ୍ର ବାରିକ, ଯୁଗ୍ମ ସମ୍ପାଦକ ନିଳମାଧବ ଦାସ, କୀଡା ପ୍ରଶିକ୍ଷକ ରବିନାରାୟଣ ଓଝା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ସାହୁ ଏବେ ଭଦ୍ରକର ଏସ୍‌ବିଡ଼ି ଇଣ୍ଟରନ୍ୟାସନାଲ ସ୍କୁଲର କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟରତ ।