Odiapua.com

ମନରେଗା ଯୋଜନାରେ ବେସରକାରୀ ଜମିରେ ରାସ୍ତା ନିର୍ମାଣ କାର୍ଯ୍ୟ , ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ହାଟଡିହି-୨୬/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ସମଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ମନରେଗା ଯୋଜନାରେ ବ୍ୟକ୍ତିଗତ ଲୋକଙ୍କ ପ୍ଲଟରେ ଏକ ରାସ୍ତା ନିର୍ମାଣ କରାଯାଉଥିବାରୁ ଏହାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ନଦୀବନ୍ଧ ଠାରୁ ରମାମାଝୀ ଘର ପର୍ଯ୍ୟନ୍ତ ହେଉଥିବା କାର୍ଯ୍ୟଟି କନିଷ୍ଠଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ବାହାରିଥିବାବେଳେ କିଛି କୁଜିନେତା ଏହାକୁ ବେପରୁଆ ଓ ମନୋମୁଖୀ ଭାବେ କାର୍ଯ୍ୟ କରୁଛନ୍ତି । ଏହି ରାସ୍ତା ପାଇଁ ସରକାରଙ୍କ ପକ୍ଷରୁ ୩ଲକ୍ଷଟଙ୍କା ଯୋଗାଇ ଦିଆଯାଇଥିବାବେଳେ ଏହା ସରକାରୀ ଜମି ଉପରେ ରାସ୍ତା କରାନଯାଇ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ନିଜସ୍ୱ ପଟ୍ଟାଭୁକ୍ତ ଜମି ଉପରେ ରାସ୍ତା ନିର୍ମାଣ କରାଯାଉଥିବାରୁ ଏହା ସାଧାରଣ ଲୋକ ଓ ଚାଷୀମାନଙ୍କ ଯାତାୟତ ଉପରେ ବ୍ୟାଘାତ ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି ବୋଲି ଗ୍ରାମର ସନାତନ ପଣ୍ଡା, ଗଣେଷ ପଣ୍ଡା, ବିଜୟ ପଣ୍ଡା, ଉମାକାନ୍ତ ପ୍ରଧାନ, ସୁଧିର ଖଟୁଆ, ବିରେନ୍ଦ୍ର ବିଶ୍ୱାଳ, ଚିନ୍ତାମଣୀ ମାଝୀ, କୋଦଣ୍ଡଧର ସାହା, ଅଜୟ କୁମାର ପଣ୍ଡା, ରମେଶ ନାୟକ, ଫକିର ନାୟକ, ଗୌରାଙ୍ଗ ସାହା, ଅଭିରାମ କାଣ୍ଡି, ବୀର କାଣ୍ଡି, ସନାତନ ପ୍ରଧାନ, ଦୀପା ଦାସ, ଦିବ୍ୟଜ୍ୟୋତି ବେହେରା, ରଙ୍ଗାଧର ବିଶ୍ୱାଳ, ଆଲୋକ ବେହେରା, ଶିଶିର ସାହା, ଭ୍ରମର କୁମାର ସାହା ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଆଜି କିଛି ଗ୍ରାମବାସୀ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଏହି ରାସ୍ତାକାମକୁ ବନ୍ଦ କରାଯାଇ ସରକାରୀ ଜମି ଉପରେ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି । ଯେପରି ସର୍ବସାଧାରଣ ଲୋକମାନେ ସେହି ରାସ୍ତାଦେଇ ଯାତୟତ କରିପାରିବେ ଓ ଚାଷୀମାନେ ସେମାନଙ୍କ ଜମିକୁ ସୁରୁଖୁରୁରେ ଚାଷବାଷ ପାଇଁ ଯାଇ ପାରିବେବୋଲି ବିଡିଓଙ୍କୁ ଅବଗତ କରାଇଛନ୍ତି ।