Odiapua.com

ମନରେଗା ଯୋଜନାରେ କାମ କରି ଶ୍ରମିକଙ୍କୁ ମିଳୁନି ମଜୁରୀ

ବଲାଙ୍ଗୀର, ତା୨୪-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ର ଲର୍କୀ ଗ୍ରାମର ଶ୍ରମିକ ମାନେ ଗତ ଲକ୍‌ ଡାଉନ୍‌ ସମୟରେ ମନରେଗା ମାଟି କାମ କରି ପାଉଣା ପାଇ ପରି ନଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ତୁରେକେଲା ବ୍ଲକ୍‌ର ଲର୍କି ଗାଁର ଯଶୋବନ୍ତୀ ଭାଟି, କିସୋରୀ ଭାଟି, କାର୍ତ୍ତିକ ଭାଟି, ଟଙ୍କ ହଂସ, ମନବୋଧ ମାଝି, ବାଲମତି ବାଗ, ଶାନ୍ତି ସେଠ, ଦୁର୍ଜୁ ବନ୍‌ଛୋର୍‌, ରୁକ୍ମଣୀ ମେହେର, ବୈନ୍ତ ସେଠ, ସଦାନନ୍ଦ ମେହେର, ନୀଳାବତୀ ମେହେର, ପୁଷ୍ପାଂଜଳି ସଗ୍ରିଆ, ବିଦ୍ୟାଧର ମେହେର, ଶରତ ମାଝି, କିଶୋର ମାଝି, ଚନ୍ଦ୍ର ବୋଷ, କ୍ଷେତ୍ର ମାଝି ଲଗ୍‌ ଡାଉନ୍‌ ସମୟରେ ମନରେଗା ମାଟି କାମ କରି ପାରିଶ୍ରମିକ ପାଇ ନଥିବାରୁ ସେମାନେ ତୁରନ୍ତ ତାଙ୍କୁ ପାଉଣା ଦିଆଯିବା ପାଇଁ ଦାବି କରିଛନ୍ତି। ଏହି ବ୍ଲକ ଅଞ୍ଚଳରେ ଶ୍ରମିକ ମାନଙ୍କୁ ନିୟୋଜିତ କରି ମନଇଚ୍ଛା ଦାଇତ୍ଵ ରେ ଥିବା ଅଧିକାରୀ ଟଙ୍କା ପ୍ରଦାନ କରିବା ଓ ହଇରାଣ, ହରକତ କରୁଥିବା ଅଭିଯୋଗ ହୋଇଆସୁଛି। ସେହିପରି ଝରନୀ ଗ୍ରାମର ଶ୍ରମିକ ମାନେ କାର୍ଯ୍ୟ କରି ତାଙ୍କୁ ସ୍ଵାକ୍ଷର ମାନ ନେଇ ୧୦ ଦିନର ଟଙ୍କା ଦେଇ ବାକି ଟଙ୍କା ଆଜି ସୁଦ୍ଧା ପ୍ରଦାନ କରାଯାଇନାହିଁ। ତୁରେକେଲା ବ୍ଲକ୍‌ ବିଡ଼ିଓ ତଥା ବଲାଙ୍ଗିର ଜିଲ୍ଲାପାଳ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଜନସେବା ସଙ୍ଘ ତରଫରୁ ହୋଇଛି।