ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନ୍ଦ୍ର ନେତୃତ୍ୱାଧୀନ ବିଜେପି ସରକାର ଯେଭଳି ଭାବେ ହୀନ ଚକ୍ରାନ୍ତ କରି ମନରେଗା ଯୋଜନାରୁ ମହାତ୍ମା ଗାନ୍ଧିଙ୍କ ନାମକୁ ବାଦ୍ ଦେଇଛନ୍ତି, ତାହା ସେମାନଙ୍କର ହୀନ ମାନସିକତା ବୋଲି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ମାନସ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବିଶେଷକରି ମହାତ୍ମା ଗାନ୍ଧିଙ୍କ ନାମକୁ ବାଦ୍ ଦେବା ସହ ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ ଓ ଜନ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବା ଜିଲା ସଭାପତି ନଳିନୀ କାନ୍ତ ମହାନ୍ତି ଓ ପର୍ଯ୍ୟବେକ୍ଷକ ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର- ଓଇଆରସି-ଟାଟା ପାୱାର ମଧ୍ୟରେ ରହିଥିବା ମଧୁ ଚନ୍ଦ୍ରିକା ଯୋଗୁଁ ଉପଭୋକ୍ତା ମାନେ କିଭଳି ଶୋଷିତ ହେଉଛନ୍ତି, ସେଥିନେଇ ଗତ ୩୦ ତାରିଖରେ ଜୟଦେବ ଭବନ ଚା ଖଟିରେ କିଛି ସଚେତନତା ନାଗରିକ ଓ ସାମ୍ବାଦିକଙ୍କୁ ଏକାଠି କରି ଦଳର ନେତୃବୃନ୍ଦ ଯେଭଳି ବୁଝାଇଥିଲେ, ସେହି ଢଙ୍ଗରେ ରାଜ୍ୟର କୋଣ ଅନୁକୋଣରେ ଏହିଭଳି ଚା ଖଟିର ଚର୍ଚ୍ଚା ଆୟୋଜନ ହେବ। ଫଳରେ ଲୋକେ ସଚେତନ ହୋଇ ଏଭଳି ଜନବିରୋଧୀ ସରକାର ନିଜର ନୀତି ଗୁଡିକ ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ପୁର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ଟାଉନ୍ ସଭାପତି ମୋକିତ୍ ଖାନ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ପୀତବାସ ଧଳ, ଦଳିତ ସେଲ ରାଜ୍ୟ ସାଧାରଣ ସମ୍ପାଦକ ରାଜ କିଶୋର ଜେନା, ଜଏଚଜଝ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ଦାସ, ରାଜ୍ୟ ମହିଳା କଂଗ୍ରେସ ର ସମ୍ପାଦିକା ଅମିତାବାଳା ଆଚାର୍ଯ୍ୟ, ଶର୍ମିଷ୍ଠା ପଣ୍ଡା, ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ବଳରାମ ରାଉତ,ଭଦ୍ରକ ନିର୍ବଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଇଲ୍ଲିୟାସ ଖାନ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସେକ ସାହିଲ କ୍ୱାଦ୍ରି, ଜିଲ୍ଲା ସେବାଦଳ ସଭାପତି ସେକ ଅବଦୁଲ, ଦଳିତ ସେଲ ରାଜ୍ୟ ସଂପାଦକ ଶଶିକାନ୍ତ ଜେନା,କାଉନସିଲର ପ୍ରତିନିଧି ସେକ ଲାଲୁ, ହାଡିବନ୍ଧୁ ବିଶ୍ୱାଳ , ହସିନା ଖାତୁନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।