Odiapua.com

ମନମୋହନଙ୍କ ଆଶୁ ଆରୋଗ୍ୟ କାମନାକରି ଆଖଣ୍ଡଳମଣିଙ୍କ ପାଖରେ ଦୀପ ଦାନ

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ମନ୍ତ୍ରୀ ତଥା ବିଜେପି ଦଳର ବରିଷ୍ଠନେତା ମନମୋହନ ସାମଲ କିଛିଦିନ ହେବ ମହାମାରୀ କରୋନାରେ ପୀଡିତ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବିଜେପି ଦଳ ପକ୍ଷରୁ ଗତ ମଙ୍ଗଳବାର ସଂଧ୍ୟାରେ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ସମୁଖରେ ସମୁହ ଦୀପ ପ୍ରଜ୍ୱଳନ କରିଛନ୍ତି । ତାହାସହ କିଛି ସମୟ ଧରି ଶ୍ରୀ ସାମଲଙ୍କ ଉଦ୍ୟେଶରେ ମଣିବାବାଙ୍କ ପାଖରେ ପାର୍ଥନା କରିଥିଲେ ସମସ୍ତ କର୍ମୀବୃନ୍ଦ । ପରେ ପୀଠରେ ଥିବା ଜଗନ୍ନାଥ ମନ୍ଦିର ଓ ମାଉସୀମା ମନ୍ଦିରକୁ ଯାଇ ଦୀପ ଜାଳିଥିଲେ ।