Odiapua.com

ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ଦୁର୍ନୀତି, ପ୍ରତି ବସ୍ତାରେ ଚାଉଳ କମ, ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ ପରେ ମଧ୍ୟ ଫଳ ଶୂନ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଗୋଟିଏ ପଟରେ କିଛି କଲ୍ୟାଣକାରୀ ଯୋଜନା କରିବା ପରେ ସେହି ଯୋଜନାରେ ହେଉଥିବା ବଡ ଧରଣର ଦୁର୍ନୀତିକୁ ନେଇ କିଛି ପଦକ୍ଷେପ ନେଇ ନଥିବା କଥା ଦାଣ୍ଡରେ ପଡି ହାଟରେ ଗଡୁଛି । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଚାନ୍ଦବାଲି ବ୍ଲକରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିକୁ ଶିକ୍ଷା ବିଭାଗର ଅଧିକାରୀ ଘଂଟ ଘୋଡାଇ ଚାଲିଛନ୍ତି । ଚଳିତ ଶିକ୍ଷାବର୍ଷରେ ରାଜ୍ୟର ଚାନ୍ଦବାଲି ବ୍ଲକକୁ ଏହି ବହି ଯୋଗାଣରେ ଅବହେଳାର ଶିକାର ହେବାକୁ ପଡିଥିଲା । ଫଳରେ ହଜାର ହଜାର ଛାତ୍ରଛାତ୍ରୀ ମାନେ ଅଳ୍ପ କିଛି ବହି ବସ୍ତାନୀରେ ଚଳିତ ବର୍ଷ ଶିକ୍ଷା ଆରମ୍ଭ କରିଥିଲେ ।ସେହିପରି ଚଳିତ ବର୍ଷ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାଯ୍ରା୍ୟଳୟରେ ଚାନ୍ଦବାଲି ବ୍ଲକ ସମେତ ସମସ୍ତ ଜିଲ୍ଲାର ବିଦ୍ୟାଳୟ ମାନଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣକୁ ନେଇ ବହୁ ବାଦ ବିବାଦ ହେବା ପରେ ଚାନ୍ଦବାଲି ଅଂଚଳର ଜୈନିକ ଠିକାଦାରଙ୍କୁ ଏହି ଚାଉଳ ଯୋଗାଣ ପାଇଁ ଠିକା ମିଳିଥିଲା । ଦୀର୍ଘ ଦିନ ହେବ ଏହି ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣକାରୀ ସଂସ୍ଥା ପ୍ରତି ବସ୍ତାରେ ୫୦କେଜି ଚାଉଳ ଦେବାର ନିୟମ ଥିବା ସହ ସମସ୍ତ ବିଦ୍ୟାଳୟକୁ ଏହି ଚାଉଳ ଓଜନ କରି ଦେବାର ନିୟମ ମଧ୍ୟ ସ୍ତିରୀକୃତ ହୋଇଥିଲା । ଏହି ନିୟମକୁ ଫୁ କରି ସଂପୃକ୍ତ ଠିକାଦାର ନିଜ ମନମାନୀରେ କୌଣସି ବିଦ୍ୟାଳୟକୁ ଏହି ଚାଉଳ ଓଜନ କରି ଦେଉ ନଥିବା ଜଣାଯାଇଛି । କେଉଁ ପରିସ୍ଥିତିରେ ଏହି ଚାଉଳ ଓଜନ କରି ସଂପୃକ୍ତ ପ୍ରଧାନ ଶିକ୍ଷକ ରଖୁ ନାହାନ୍ତି ବୋଲି ପଚାରିବାରୁ ସଂପୃକ୍ତ ଠିକାଦାର ଓଜନ କଂଟା ଆଣି ଚାଉଳ ଓଜନ କରି ଦେବାର ନିୟମକୁ ଉଲଂଘନ କରିବା ସହ କୌଣସି ସମୟରେ ଓଜନ କଂଟା ଆଣୁ ନାହାନ୍ତି । ଫଳରେ ଚାଉଳ ଓଜନ କରି ରଖିବା ସମ୍ଭବ ପର ହେଉନାହିଁ ବୋଲି ବହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମତ ରଖିଥିଲେ । ସଂପୃକ୍ତ ପ୍ରଧାନ ଶିକ୍ଷକ ଅଂଚଳର ସିଆରସିସି ମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ପ୍ରତ୍ୟେକ ଚାଉଳ ବସ୍ତାରେ ୨.୫କେଜି ପର୍ଯ୍ୟନ୍ତ ଅର୍ଥାତ ୫୦ କେଜି ବଦଳରେ ୪୭.୫ କେଜି ରହୁଥିବା କଥା ଜଣାଇଥିଲେ । ସଂପୃକ୍ତ ସିଆରସିସି ମାନେ ମଧ୍ୟ ଏହି ବାବଦରେ ଚାନ୍ଦବାଲି ବ୍ଲକରେ ଥିବା ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଛନ୍ତି । ଆଜି ଚାନ୍ଦବାଲି ବ୍ଲକରେ ଥିବା ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜ ଙ୍କ ସହ ଯୋଗାଯୋଗ କରିବାରୁ ସେ ଚାନ୍ଦବାଲି ବ୍ଲକରେ ଥିବା ୨୫୦ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ରଖିବା ବେଳେ ଓଜନ କରି ରଖିବାକୁ ନିର୍ଦେଶ ଦେଇଛନ୍ତି କିନ୍ତୁ ଧାମରା ଅଂଚଳର ବହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସହକାରୀ ଶିକ୍ଷକ ମାନେ ଏହି ମଧ୍ୟାହ୍ନ ଭୋଜନ ଚାଉଳ ଗ୍ରହଣ କରୁଥିବା ବେଳେ ସଂପୃକ୍ତ ଠିକା ସଂସ୍ଥା ଏହି ଚାଉଳ ଓଜନ ନକରି ବସ୍ତା ଆକାରରେ ଦେଉଛି । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ କେବଳ ଅଭିଯୋଗ ପରେ ଅଭିଯୋଗ ହେଉଥିବା ବେଳେ ପ୍ରଶାସନ କଣ ପାଇଁ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଉ ନାହାନ୍ତି ତାହା ଅତି ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ପଡିଛି ।ପ୍ରଧାନ ଶିକ୍ଷକ ସିଆରସିସି ଙ୍କୁ ଦୋଷ ଦେଉଥିବା ବେଳେ ,ସିଆରସିସି ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଏପରି ସ୍ଥଳରେ ବିଲେଇ ବେକରେ ଘଂଟି ବାନ୍ଧିବ କିଏ ବୋଲି ପ୍ରଶ୍ନବାଚୀ ହୋଇ ପଡିଛି । ସଂପୃକ୍ତ ପ୍ରଧାନ ଶିକ୍ଷକ ମୌଖିକ ଭାବେ ସିଆରସିସି ଙ୍କୁ ଏବଂ ସଂପୃକ୍ତ ସିଆରସିସି ଉପରିସ୍ଥ ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଉ ଥିବା ବେଳେ ସମସ୍ତେ ଦୋଷ ଦେଇ ଦୋଷ ଛଡା ହେଉଥିବା ବେଳେ ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି । ଅନ୍ୟ ପକ୍ଷରେ ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ନିଜର ଭାଗ ବସାଉଥିବା ବେଳେ ବହୁ ପ୍ରଧାନ ଶିକ୍ଷକ ଏହି ବିଷୟରେ ମୁହଁ ଖୋଲିବାକୁ ନାଚାର । ତୁରନ୍ତ ଏହି ବିଷୟରେ ସରଜମିନ ତଦନ୍ତ କରି ୫୦ କେଜି ଓଜନ ବଦଳରେ କମ ଚାଉଳ ଯୋଗାଉଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା କୁ ଅଂଚଳବାସୀ ନୂତନ ଭାବେ ଭଦ୍ରକ ଜିଲ୍ଲାରେ ଯୋଗ ଦେଇଥିବା ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଙ୍କ ନିକଟରେ ଦାବୀ ଜଣାଇଛନ୍ତି ।