Odiapua.com

ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୩୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ପୁଣି ମଧ୍ୟାହ୍ନ ଭୋଜନରେ ବାହାରିଲା ଝିଟିପିଟି । ଏହି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟସ୍ଥ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଫଳରେ ଏହି ଖାଦ୍ୟ ଖାଇ ୩୫ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତେବେ ଅଭିଯୋଗ ଅନୁସାରେ,  କେଦାରରପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲରେ ରୋଷେଇ ହୋଇଥିବା ମଧ୍ୟାହ୍ନ ଭୋଜନ ଆଜି ଖାଇଥିଲେ । ପରେ ଘରକୁ ଯିବାପରେ ପିଲାମାନେ  ଅସୁସ୍ଥ ଅନୁଭବ କରିଥିଲେ । ପରେ ପିଲାଙ୍କ ଅଭିଭାବକ ଏନେଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଖାଦ୍ୟରେ ଝିଟିପିଟି ଥିବା ଜଣାପଡିଥିଲା । ଏବେ ସମସ୍ତ ପିଲାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।